ଟି୨୦ ବିଶ୍ବକପ୍ : ଜାଣନ୍ତୁ ଏହି ବିଶ୍ବକପର ସବୁଠାରୁ ବୟସ୍କ ଓ କନିଷ୍ଠ ଖେଳାଳି – Kalinga News

[ad_1]
ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ୨୦୨୪ର ନବମ ସଂସ୍କରଣ ରବିବାର ଠାରୁ ଆମେରିକାରେ ଆରମ୍ଭ ହୋଇଛି। ଆଇସିସି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଟ୍ରଫି ଜିତିବା ସବୁ ଦଳର ସ୍ୱପ୍ନ । ଏହି ଟୁର୍ଣ୍ଣାମେଣ୍ଟ ଉଭୟ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ଆୟୋଜନ କରୁଛନ୍ତି। ୱେଷ୍ଟଇଣ୍ଡିଜ୍ ଦୁଇ ଥର ଏହି ଟ୍ରଫି ଜିତିଛି। ପ୍ରଥମ ଥର ପାଇଁ ଆମେରିକାରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଆୟୋଜକ ଆମେରିକା ଦଳ କାନାଡାକୁ ପରାସ୍ତ କରି ଟି-୨୦ ବିଶ୍ୱକପରେ ଧମାକାଦାର ପ୍ରଦର୍ଶନ କରିଛି। ଏବେ ଆସନ୍ତୁ ଜାଣିବା ଟି-୨୦ ବିଶ୍ୱକପ୍ ୨୦୨୪ରେ ଖେଳିଥିବା ସବୁଠାରୁ ବୟସ୍କ ଓ କନିଷ୍ଠ ଖେଳାଳିଙ୍କ ବିଷୟରେ।

Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ଟି-୨୦ ବିଶ୍ୱକପ୍ ୨୦୨୪ର ସବୁଠାରୁ ବୟସ୍କ ଖେଳାଳିଙ୍କ ନାମ ଫ୍ରାଙ୍କ ନସୁବୁଗା। ନସୁବୁଗା ଉଗାଣ୍ଡା ପାଇଁ କ୍ରିକେଟ୍ ଖେଳିଥାନ୍ତି। ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ନସୁବୁଗାଙ୍କ ବୟସ ଏବେ ୪୩ ବର୍ଷ ୨୭୯ ଦିନ। ୧୯୯୭ରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏହାପରେ ସେ ଦଳ ଭିତରେ ଓ ବାହାରେ ରହିଛନ୍ତି। ୨୦୧୧ ରୁ ସେ ଦଳର ସ୍ଥାୟୀ ସଦସ୍ୟ ଅଛନ୍ତି। ଉଗାଣ୍ଡା ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ ଖେଳୁଛି।
[ad_2]