ଅଙ୍କିତାଙ୍କ ସଂକ୍ଷିପ୍ତ ଭୂମିକା – Kalinga News

[ad_1]
ଓଲିଉଡ୍ ନାୟିକା ଅଙ୍କିତା ଦାଶଙ୍କୁ ଖୁବ୍ ଶୀଘ୍ର ଆଉ ଏକ ସିନେମାରେ ଦେଖିବାକୁ ପାଇବେ ଦର୍ଶକ। କୁହୁ ସିନେଫ୍ଲିକ୍ସ ଓ ଭଦ୍ରା ମୋସନ୍ ଷ୍ଟୁଡିଓର ମିଳିତ ଉଦ୍ୟମରେ ପ୍ରସ୍ତୁତ ‘ଖୋକାଭାଇ ତମ ପାଇଁ’ରେ ସେ ଅଭିନୟ କରୁଛନ୍ତି। ଏଥିରେ ଅବଶ୍ୟ ଅଙ୍କିତା ମୁଖ୍ୟ ନାୟିକା ଭୂମିକାରେ ନାହାନ୍ତି। କିନ୍ତୁ ସେ ନାୟକ ସ୍ବରାଜଙ୍କ ବିପକ୍ଷରେ ନଜର ଆସିବେ। ତାଙ୍କ ଉପରେ ଏକ ଗୀତ ଦୃଶ୍ୟ ଓ କିଛି ସିନ୍ ପିକ୍ଚରାଇଜ୍ ହୋଇଥିିିବା ଜଣାଯାଇଛି। ପ୍ରଥମ ଥର ଲାଗି ସ୍ବରାଜ-ଅଙ୍କିତା ଯୋଡ଼ିଙ୍କୁ ଏଥିରେ ଦେଖିବାକୁ ମିଳିବ। ଏନେଇ ଅଙ୍କିତା କହନ୍ତି, ‘‘ଖୋକାଭାଇ ତମ ପାଇଁରେ ଭୂମିକାଟି ସଂକ୍ଷିପ୍ତ ହେଲେ ବି ଗିରୀଶ ସାର୍ଙ୍କ ସହ କାମ କରିବା ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁଲିନି। ଏହାଛଡ଼ା ଖୋକାଭାଇ (ଅକ୍ଷୟ ମହାନ୍ତି)ଙ୍କ ଗୀତରେ ଅଭିନୟ କରିବାକୁ ପଡ଼ିବ ଜାଣି ମୁଁ ଆହୁରି ଉତ୍ସାହିତ ହୋଇଥିଲି। ଏଣୁ ଏହି ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲି।’’

Sambad is now on WhatsApp
Join and get latest news updates delivered to you via WhatsApp
ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଗିରୀଶ ମହାନ୍ତି ଓ ତାଙ୍କ ଟିମ୍ ଥିଲାବେଳେ କାହାଣୀ ଲେଖିଛନ୍ତି ଭରଦ୍ବାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁଅ ମିତ୍ରଭାନୁ ମହାନ୍ତି।
ଉଲ୍ଲେଖଯୋଗ୍ୟ, ଅଙ୍କିତାଙ୍କୁ ଦର୍ଶକ ପ୍ରଥମେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିଠା ମିଠା’ରେ ଦେଖିବାକୁ ପାଇଥିଲେ। ଏହାପରେ ନିମାଇଁ ଓଝାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ମନ ଖାଲି ତତେ ଚାହେଁ’, ରଣଜିତ ବାରିକଙ୍କ ନିର୍ଦ୍ଦେଶିତ ‘ତୁମେ ମୋ ଶଙ୍ଖା, ତୁମେ ମୋ ସିନ୍ଦୂର’ରେ ଦେଖିବାକୁ ମିଳିଥିଲା ଅଙ୍କିତାଙ୍କୁ। ଚଳିତ ବର୍ଷ ଲୁବୁନ୍-ଟୁବୁନ୍ଙ୍କ ନିର୍ଦ୍ଦେଶିତ ତଥା ତାଙ୍କ ଅଭିନୀତ ‘ମୋ କାହାଣୀରେ ତୋରି ନାଆଁ’ ମୁକ୍ତିଲାଭ କରିଛି। ଏଣେ ଅଙ୍କିତାଙ୍କର ‘ପ୍ରେମୀ ଆୱାରା’ ଓ ‘ଇଶ୍କଵାଲା ଲଭ୍’ ମୁକ୍ତି ଅପେକ୍ଷାରେ ରହିଛି।
[ad_2]