ନ୍ୟୁଜ୍ ରିଲ୍: ଦିନେ ଜୀବନ ହାରିବାକୁ ଚାହିଁଥିଲେ ନ୍ୟାନ୍ସି ତ୍ୟାଗୀ – Kalinga News

[ad_1]
ଆତ୍ମ-ପ୍ରଶିକ୍ଷିତ ଫେସନ୍ ଡିଜାଇନର୍ ତଥା କଣ୍ଟେଣ୍ଟ୍ କ୍ରିଏଟର୍ ନ୍ୟାନ୍ସି ତ୍ୟାଗୀଙ୍କର କୌଣସି ପରିଚୟ ପ୍ରଦାନର ଆବଶ୍ୟକତା ନାହିଁ। ନିକଟ ଅତୀତରେ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ଡେବ୍ୟୁ କରି ନିଜ ସୃଜନଶୀଳତା ଜରିଆରେ ବିଶ୍ବ ଦରବାରରେ ଭାରତର ଟେକ ରଖିଥିବା ନ୍ୟାନ୍ସିଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା। ଫିଲ୍ମ ଫେଷ୍ଟିଭାଲ୍ର ୭୭ତମ ସଂସ୍କରଣରେ ସେ ନିଜେ ତିଆରି କରିଥିବା ପୋଷାକ ପିନ୍ଧି ରେଡ୍ କାର୍ପେଟ୍ରେ ଚାଲି ସଭିଁଙ୍କୁ ଚକିତ କରି ଦେଇଥିଲେ। ହେଲେ ପିଲାଦିନରୁ ତାଙ୍କ ଜୀବନ ଥିଲା ଖୁବ୍ ସଂଘର୍ଷମୟ। ଭାରତ ଫେରିବା ପରେ ସେ ନିଜ ଜୀବନର ସେହି ସଂଘର୍ଷମୟ ଦିନଗୁଡ଼ିକୁ ଏକ ସାକ୍ଷାତ୍କାରରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି କି ଏମିତି ଏକ ସମୟ ଥିଲା, ଯେତେବେଳେ ଦାରିଦ୍ର୍ୟ ତାଙ୍କୁ ମୃତ୍ୟୁର ରାସ୍ତାରେ ନେଇ ଯାଇଥିଲା। ମାଆଙ୍କ ସ୍ବଳ୍ପ ଆୟରେ ମାସକ ଚଳିବା ଖୁବ୍ କଷ୍ଟକର ହୋଇ ପଡୁଥିଲା। ସେଥିପାଇଁ ତାଙ୍କ ମନକୁ ଆତ୍ମହତ୍ୟାର ବିଚାର ବି ଆସିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ମାଆ ପ୍ରଥମରୁ ଏକ ସ୍କୁଲ୍ରେ ଶିକ୍ଷୟିତ୍ରୀ ଥିଲେ। କିନ୍ତୁ ଖୁବ୍ କମ୍ ପାରିଶ୍ରମିକ ମିଳୁଥିବାରୁ ପରବର୍ତ୍ତୀ ସମୟରେ ଅଳ୍ପ ଅଧିକ ଦରମାରେ ଏକ କାରଖାନାରେ ଚାକିରି କଲେ। ସେ ସମୟରେ ଦିନଯାକ ସେ ଅପେକ୍ଷା କରି ରହୁଥିଲେ ମାଆ କେତେବେଳେ ଘରକୁ ଫେରିବେ। କିନ୍ତୁ ମାଆ ଫେରିବା ବେଳକୁ ତାଙ୍କ କପଡ଼ା ଧୂଳି ଓ କୋଇଲା ଗୁଣ୍ଡରେ କଳା ପଡ଼ିଯାଇଥାଏ। ତାଙ୍କ ଜୀବନର ସଂଘର୍ଷ କାହାଣୀକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ନ୍ୟାନ୍ସି କହନ୍ତି, ‘‘୬-୭ ହଜାର ଟଙ୍କାେର କ’ଣ ହୁଏ? ବିଷ ମିଳିଯାଏ।’’ ଦିନେ ଜୀବନ ପ୍ରତି ବୀତସ୍ପୃହ ଥିବା ଉତ୍ତରପ୍ରଦେଶର ସେହି ଝିଅ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି।
[ad_2]