ସୁରକ୍ଷିତ ନୁହନ୍ତି ସଲମାନ, କାର୍ ଭିତରେ ଗୁଳି କରି ମାରିବାକୁ ଯୋଜନା କରିଥିଲା ବିଷ୍ଣୋଇ ଗ୍ୟାଙ୍ଗ – Kalinga News

[ad_1]
ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗ କରିଥିବା ଆଉ ଏକ ଯୋଜନାକୁ ଭଣ୍ଡୁର କରିଛି ପୁଲିସ। ନବି ମୁମ୍ବାଇର ପନଭେଲ ପୁଲିସ ଏହି ମାମଲାରେ ୪ଜଣଙ୍କୁ ଗିରଫ କରିଛି। ପୁଲିସ ଦାବି କରିଛି ଯେ ଗିରଫ ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଏବଂ ସେମାନେ ପନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଆକ୍ରମଣ ପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ଯୋଜନା ଥିଲା। ହେଲେ ଏହା ପୂର୍ବରୁ ପୁଲିସ ସେମାନଙ୍କୁ ଟ୍ରାକ୍ କରି ଗିରଫ କରିଛି। ପୁଲିସର କହିବା ମୁତାବକ, ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କାନାଡାରେ ଥିବା ତାଙ୍କ ଭାଇ ଅନମୋଲ ବିଷ୍ଣୋଇ ଏବଂ ସହଯୋଗୀ ଗୋଲଡି ବ୍ରାରଙ୍କ ସହ ମିଶି ପାକିସ୍ତାନର ଏକ ଅସ୍ତ୍ରଶସ୍ତ୍ର ବିକ୍ରୟକାରୀଙ୍କଠାରୁ ଏକେ-୪୭, ଏମ-୧୬ ଏବଂ ଏକେ-୯୨ ସମେତ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବାକୁ ଯୋଜନା କରିଥିଲେ। ଏସବୁ କିଣିବା ପରେ ସେମାନେ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ରଚିଥିବା ଷଡଯନ୍ତ୍ରକୁ ସଫଳ କରିଥାନ୍ତେ। ସେମାନେ ସଲମାନଙ୍କ କାର୍ ଅଟକାଇ ବା ତାଙ୍କ ଫାର୍ମହାଉସ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ ପୁଲିସ ସେମାନଙ୍କ ଯୋଜନା ବିଷୟରେ ଜାଣିପାରିଥିଲା।
[ad_2]