ଖେଳ ଖବର
ଶ୍ବଶୁରଙ୍କ ଠାରୁ ମଇଁଷି ଉପହାରରେ ପାଇବାପରେ ସ୍ବର୍ଣ୍ଣ ବିଜେତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅର୍ଶଦ ନଦୀମ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଫେରିବା ପରେ ତାଙ୍କ ଉପରେ ଉପହାରର ବର୍ଷା ହେବାରେ ଲାଗିଛି।
ଏହି ଉପହାର ମଧ୍ୟରୁ ଅର୍ଶଦ ନଦୀମଙ୍କ ସବୁଠାରୁ ଚର୍ଚ୍ଚାରେ ରହିଥିବା ଉପହାର ଟି ହେଉଛି ଶ୍ବଶୁର ମହମ୍ମଦ ନୱାଜ ଦେଇଥିବା ମଇଁଷି ।
ଶ୍ବଶୁରଙ୍କ ଠାରୁ ମଇଁଷି ଉପହାର ପାଇ ଅର୍ଶଦ ନଦୀମ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏଭଳି ଉପହାର ସମ୍ପର୍କରେ ପ୍ରଥମେ ମୋ ସ୍ତ୍ରୀ ମୋତେ ଜଣାଇଥିଲେ କି ଶ୍ବଶୁର ୫/୬ ଏକର ଜମି ଦେଇଥାଆନ୍ତେ।
ତା’ପରେ ଶ୍ବଶୁର ମୋତେ ଏକ ମଇଁଷି ଦେବେ ବୋଲି ସ୍ଥିର କରିଛନ୍ତି। ସେ ଯାହାବି ହେଉ ଏଯାବତ ମୋତେ ମିଳିଥିବା ସମସ୍ତ ଉପହାର ମୋ ପାଇଁ ସ୍ବତନ୍ତ୍ର ରହିଛି।
ନିକଟରେ ଶ୍ବଶୁର ମହମ୍ମଦ ନୱାଜ ଜ୍ବାଇଁ ଅର୍ଶଦ ନଦୀମଙ୍କୁ ଏକ ମଇଁଷି ଉପହାର ଦେବା କଥା କହି କହିଥିଲେ, ‘ଆମେ ବସବାସ କରୁଥିବା ଗ୍ରାମରେ ମଇଁଷି ହେଉଛି ସବୁଠାରୁ ମୂଲ୍ୟବାନ ଓ ସମ୍ମାନଜନକ ଉପହାର। ତେଣୁ ମୁଁ ଜ୍ବାଇଁଙ୍କୁ ଏହି ଉପହାର ଦେବାକୁ ସ୍ଥିର କରିଛି।’




