ରାଜନୀତି

ଯାଜପୁର-ଭଦ୍ରକ-ବାଲେଶ୍ବରରେ ଧର୍ମେନ୍ଦ୍ରଙ୍କ ପ୍ରଚାର: ‘ଏଥର ଲୋକେ ପରିବର୍ତ୍ତନ ଆଣିବେ’ – Kalinga News

[ad_1]


ଯାଜପୁର/ଟାଉନ/ସଦର/ବରୀ/କାଳିଆପାଣି/ଅସୁରାଳି/ସିମୁଳିଆ: ଆଜି ପ୍ରଚାରର ଶେଷଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ଯାଜପୁର, ବରୀ ଓ ସୁକିନ୍ଦା; ଏବଂ ଭଦ୍ରକ ଜିଲ୍ଲା ଧାମନଗର ଓ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ତୋଫାନୀ ପ୍ରଚାର କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ ଅଭିଭାଷଣ ପ୍ରଦାନ କରି ଏଥର ଲୋକେ ପରିବର୍ତ୍ତନ ଆଣିବେ ବୋଲି ଦୃଢ଼ୋକ୍ତି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଅଭିଭ‌ାଷ‌ଣରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ରର ମୋଦୀଙ୍କର ୧୦ବର୍ଷକୁ ତପସ୍ୟାର ସମୟ କହିଥିବା ବେଳେ ଓଡ଼ିଶା ନବୀନ ୨୫ବର୍ଷ ଧରି ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି କହିଥିଲେ। ଯାଜପୁରଠାରେ ସେ କହିଥିଲେ, ବ୍ଲାକ୍‌ରୋଜ୍‌ରେ ଓଡ଼ିଶା ବୈଭବ ବିକ୍ରି ପାଇଁ ଚାଇନା ଯାଇଥିଲା। ସିବିଆଇ ତଦନ୍ତ କରିବାକୁ ରାଜି ହୋଇଥିବା ବେଳେ ଜାହାଜ ଚଳାଚଳ ମନ୍ତ୍ରାଳୟ ଅନୁମତି ଦେଇଛି। ଏହି ମାମଲାରେ କ୍ରୀତଦାସ ଜେଲ୍‌ଯିବେ ବୋଲି ଦୋହରାଇଥିଲେ। ଏଥିସହିତ, ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଥିଲେ। ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ ୧୦,୦୦୦ କୋଟି ଟଙ୍କା ମୋଦୀ ପିଇବା ପାଣି ପାଇଁ ଦେଲେ, ନବୀନ ପଟ୍ଟନାୟକଙ୍କ ତାମିଲ ଠିକାଦାର ଲୁଟିନେଲେ। ଚାଷ ଜମିକୁ ପାଣି ନାହିଁ, ଶୀତଳଭଣ୍ଡାର ନାହିଁ, ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ବିଏସକେୱାଇ ଜରିଆରେ ଘରୋଇ ଡାକ୍ତରଖାନା ଜରିଆରେ ରାଜସ୍ବ ଲୁଟିଛନ୍ତି ରାଜ୍ୟ ସରକାର। ଏହି ସଭାରେ ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟ ଓ ସାଂସଦ ପ୍ରାର୍ଥୀ ରବିନାରାୟଣ ବେହେରାଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ମତ ରଖିଥିଲେ। ସେହିପରି ଆଜି ବରୀରେ ବିଜେପି ପ୍ରାର୍ଥୀ ଉମେଶ ଜେନା, ସୁକିନ୍ଦାର ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କ ପାଇଁ ଶ୍ରୀ ପ୍ରଧାନ ପ୍ରଚାର କରିଥିଲେ।

ଧାମନଗର ଧୂଷୁରୀ ବାସନ୍ତୀ ପଡ଼ିଆରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେବାପାଇଁ ଶ୍ରୀ ପ୍ରଧାନ ହେଲିକପ୍ଟର ଯୋଗେ ଆସିଥିବା ବେଳେ ଯାନ୍ତ୍ରିକ ସମସ୍ୟା ହେତୁ ଓହ୍ଲାଇ ପାରିନଥିଲେ। ଆଭାସି ମାଧ୍ୟମରେ ବକ୍ତବ୍ୟ ରଖି ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ରାଜ୍ୟ ବିଜେଡି ସରକାରକୁ ହଟାଇ ଓଡ଼ିଶାବାସୀ ଏଥର ପରିବର୍ତ୍ତନ ଆଣିବେ ବୋଲି କହିଥିଲେ। ସଭାରେ ଧାମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଅଭିଭାଷଣ ପ୍ରଦାନ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିମୁଳିଆ ନିର୍ବାଚନମଣ୍ଡଳୀର ଅଡାଠାରେ ଅନୁଷ୍ଠିତ ଜନସମାବେଶକୁ ସମ୍ବୋଧିତ କରିଥିଲେ। ଅଣଓଡ଼ିଆ କି ଅଫିସରରାଜ୍‌ ନୁହେଁ, ଏଥର ନିର୍ବାଚିତ ଜନପ୍ରତିନିଧି ଓଡ଼ିଶାର ଶାସନଭାର ସମ୍ଭାଳିବେ ବୋଲି ପ୍ରକାଶ କରି ଶ୍ରୀ ପ୍ରଧାନ ଜୁନ୍ ୧ ତାରିଖରେ ବିଜେପିର ସମସ୍ତ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନ ପଦ୍ମଫୁଲରେ ବହୁମତ ଦେବାକୁ ଆହ୍ବାନ ଦେଇଥିଲେ। ଏହି ସଭାରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ସିମୁଳିଆ ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button