କଂଗ୍ରେସ ନେତା ଓ କର୍ମୀ ନିରାଶ: ପ୍ରଚାର ପାଇଁ ଆସିଲେ ମାତ୍ର ୪ ହେଭିୱେଟ୍ – Kalinga News

[ad_1]
୪୦ ଜଣିଆ ତାରକା ପ୍ରଚାରକ ତାଲିକା କରିଥିଲା କଂଗ୍ରେସ
ଭୁବନେଶ୍ବର: ସପ୍ତମ ପର୍ଯ୍ୟାୟ ସହ ଦେଶ ତଥା ରାଜ୍ୟରେ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ। ଅନ୍ୟ ରାଜନୈତିକ ଦଳମାନଙ୍କ ଭଳି କଂଗ୍ରେସ ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରକାଶ କରିଥିଲା। ଏଥିରେ କେନ୍ଦ୍ର ସହିତ ରାଜ୍ୟ ନେତା ରହିଥିଲେ। ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ କେବଳ ୪ଜଣ କେନ୍ଦ୍ରୀୟ ହେଭିୱେଟ୍ ନେତା ପ୍ରଚାର ପାଇଁ ଆସିଥିଲେ। ଅନ୍ୟ କେନ୍ଦ୍ରୀୟ ନେତାମାନଙ୍କ ଓଡ଼ିଶାରେ ଦେଖା ମିଳିଲା ନାହିଁ। କଂଗ୍ରେସର ଅନ୍ୟ ଚର୍ଚ୍ଚିତ ନେତା ଓଡ଼ିଶାକୁ ପ୍ରଚାର ପାଇଁ ନ ଆସିବା ନେତା ଓ କର୍ମୀଙ୍କୁ ନିରାଶ କରିଛି। ୪୦ ଜଣିଆ ପ୍ରଚାରକ ତାଲିକାରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଏଆଇସିସି ସାଧାରଣ ସଂପାଦକ ସଚିନ ପାଇଲଟ ଓ ପ୍ରଭାରୀ ଅଜୟ କୁମାର ରହିଥିଲେ। ଏହାସହ ଅଳକା ଲାମ୍ବା, କହ୍ନେୟା କୁମାର, ହର୍ଷବର୍ଦ୍ଧନ ସପକଲ ପ୍ରମୁଖ ରହିଥିଲେ। ରାହୁଲ ଗାନ୍ଧୀ ସାଲେପୁର, ବଲାଙ୍ଗୀର ଓ ଭଦ୍ରକ ସମାବେଶରେ ଯୋଗ ଦେଇଥିଲେ। ଏହାସହ ରାୟଗଡ଼ା କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଯୋଡ଼ି ହୋଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବାଲେଶ୍ବର, ଭଦ୍ରକ, ଫୁଲବାଣୀ ଓ ସାଧାରଣ ସଂପାଦକ ସଚିନ ପାଇଲଟ ବାଲେଶ୍ବର ସଦର ଓ ଭୋଗରାଇରେ ସଭା କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା।
ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର ତାରିଖ ଧାର୍ଯ୍ୟ ନ ହୋଇପାରିବା କାରଣରୁ ସେ ଆସିପାରି ନାହାନ୍ତି। ବିଶେଷକରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀଙ୍କୁ ନେଇ ରାଜ୍ୟ କଂଗ୍ରେସ ବଡ଼ ଯୋଜନା କରିଥିଲା। ସେହିପରି ଯୁବ ନେତା କହ୍ନେୟା କୁମାରଙ୍କ ଜରିଆରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାରେ ମଧ୍ୟ କଂଗ୍ରେସ ବିଫଳ ହୋଇଛି।
ଅପରପକ୍ଷରେ ପ୍ରଚାର ତାଲିକାରେ ଥିବା ବରିଷ୍ଠ କଂଗ୍ରେସ ନେତାମାନେ ମଇଦାନରେ ନିର୍ବାଚନ ଲଢ଼ୁଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରମୁଖ ଏକତ୍ର ଭାବେ ସେମାନେ ନିର୍ବାଚନ ପ୍ରଚାରକୁ ଓହ୍ଲାଇ ପାରିନାହାନ୍ତି। କେନ୍ଦ୍ରୀୟ ବିଜେପି ନେତା ଘନ ଘନ ଓଡ଼ିଶା ଗସ୍ତ କରି ପ୍ରଚାର କରୁଥିବା ବେଳେ ଏହାର ତୁଳନାରେ କଂଗ୍ରେସ ପ୍ରଚାର ଓଡ଼ିଶାରେ ସେଭଳି ଆଖିଦୃଶିଆ ହୋଇପାରିନାହିଁ। ତେବେ ଦଳର ଅନେକ କେନ୍ଦ୍ରୀୟ ପ୍ରବକ୍ତା ନିୟମିତ ବ୍ୟବଧାନରେ ଓଡ଼ିଶାକୁ ଆସି ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ତୃଣମୂଳ ସ୍ତରରେ ଥିବା କର୍ମୀଙ୍କୁ ଉତ୍ସାହିତ କରିବାରେ ଏହା ବିଫଳ ହୋଇଛି।
[ad_2]