ଖେଳ ଖବର

ଦକ୍ଷିଣ ଏସୀୟ ଯୁବ ଟିଟି: ସାର୍ଥକଙ୍କୁ ୩ ପଦକ – Kalinga News

[ad_1]


ନୂଆଦିଲ୍ଲୀ: ଶ୍ରୀଲଙ୍କାର କାଣ୍ଡିସ୍ଥିତ ମ୍ୟୁନିସିପାଲ କାଉନସିଲ୍ ଇନ୍‌ଡୋର ଷ୍ଟାଡିୟମ‌୍‌ରେ ଆୟୋଜିତ ଦକ୍ଷିଣ ଏସୀୟ ଯୁବ ଟେବୁଲ୍‌ ଟେନିସ (ଟିଟି) ପ୍ରତିଯୋଗିତାରେ ଓଡ଼ିଆ ପୁଅ ତଥା ଉଦୀୟମାନ ତାରକା ସାର୍ଥକ ଆର୍ଯ୍ୟଙ୍କୁ ସଫଳତା ମିଳିଛି। ସେ ଏହି ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ତିନିଟି ପଦକ କରାୟତ୍ତ କରିଛନ୍ତି। ୧୫ ବର୍ଷରୁ କମ୍‌ ଏକକରେ ରୌପ୍ୟ ଜିତିଥିଲା ବେଳେ ଏହି ବୟସ ବର୍ଗ ମିଶ୍ରିତ ଯୁଗଳ ଓ ଦଳଗତରେ ସ୍ବର୍ଣ୍ଣ ପାଇଥିଲେ। ଏହି ସଫଳତା ଆଧାରରେ ସେ ଜୁନ୍‌ ୩୦ରୁ ଜୁଲାଇ ୬ ପର୍ଯ୍ୟନ୍ତ ‌ଚୀନ୍‌ରେ ହେବାକୁଥିବା ଏସୀୟ ଯୁବ ଟିଟି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ଅର୍ନ୍ତଗତ ଗୁଣ୍ଠିଲୋ ଗରମା ଗ୍ରାମର ମୂଳ ବାସିନ୍ଦା ସାର୍ଥକ ବର୍ତ୍ତମାନ ସୋନିପତ୍‌ସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏଥି ପୂର୍ବରୁ ସାର୍ଥକ ବିଭିନ୍ନ ବିଶ୍ବସ୍ତରୀୟ ଓ ଜାତୀୟସ୍ତରୀୟ ଟିଟି ପ୍ରତିଯୋଗିତାରେ ଏକାଧିକ ପଦକ ଜିତିଛନ୍ତି। ଆଗକୁ ଅଲିମ୍ପିକ୍ସରେ ପଦକ ଜିତିବା ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ ପ୍ରଶିକ୍ଷଣ ନେବା ସହିତ କଠିନ ପରିଶ୍ରମ ଜାରି ରଖିଥିବା କହିଛନ୍ତି।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button