ଜୁନ୍ ୧ରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା – Kalinga News

[ad_1]
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ବିଭିନ୍ନ ରାଜ୍ୟରେ ଚାଲିଥିବା ହାଇ ଭୋଲ୍ଟେଜ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ଶେଷ କରିବାପରେ ଏବେ କନ୍ୟାକୁମାରୀରେ ଧ୍ୟାନରେ ବସିଛନ୍ତି। ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୫୭ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଅନ୍ତିମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶ ଏବଂ ପଂଜାବରେ ୧୩ ଲେଖାଏଁ ଆସନ, ବିହରରେ ୮, ଓଡ଼ିଶାରେ ୬, ହିମାଚଳପ୍ରଦେଶରେ ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ ଶେଷ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଥିସହ ଓଡ଼ିଶାରେ ୪୨ ବିଧାନସଭା ଆସନରେ ମଧ୍ୟ ଏହି ପର୍ଯ୍ୟାୟରେ ଭୋଟ୍ ଶେଷ ହେବ। ଉତ୍ତରପ୍ରଦେଶର ବାରାଣସୀ, ମହାରାଜଗଂଜ, ଗୋରଖପୁର, କୁଶିନଗର, ଦେଓରିଆ, ବଂଶଗାଓଁ, ଘୋସି, ଗାଜିପୁର, ବଲିଆ, ସଲେମପୁର, ଚନ୍ଦୌଲି, ମିର୍ଜାପୁର, ରବର୍ଟ୍ସଗଞ୍ଜରେ ଏହି ପର୍ଯ୍ୟାୟରେ ଭୋଟ୍ ଅଛି। ପଂଜାବର ଗୁରୁଦାସପୁର, ଅମୃତସର, ଖଦୁର ସାହେବ, ଜଳନ୍ଧର, ହୋଶିଆରପୁର, ଆନନ୍ଦପୁର ସାହିବ, ଲୁଧିଆନା, ଫତେଗଡ଼ ସାହିବ, ଫରିଦକୋଟ, ଫିରୋଜପୁର, ଭଟିଣ୍ଡା, ସାଙ୍ଗରୁର୍ ଏବଂ ପଟିଆଲାରେ ଶେଷ ପର୍ଯ୍ୟାୟ ଭୋଟ୍ ଅଛି। ସେହିପରି ବିହାରର ଆରା, ବକ୍ସାର, କାରାକଟ, ଜେହାନାବାଦ, ନାଳନ୍ଦା, ପାଟନା ସାହିବ, ପାଟଳିପୁତ୍ର, ସାସାରାମରେ ଭୋଟ୍ ଥିବାବେଳେ ପଶ୍ଚିମବଙ୍ଗର ବରାସତ, ବସିରହାଟ, ଡାଇମଣ୍ଡ୍ ହାର୍ବର୍, ଦମ୍ ଦମ୍, ଜୟନଗର, ଯାଦବପୁର, କୋଲକାତା ଦକ୍ଷିଣ, କୋଲକାତା ଉତ୍ତର ଏବଂ ମାଥୁରାପରେ ଭୋଟ୍ ଅଛି। ଚଣ୍ଡୀଗଡ଼, ହିମାଚଳପ୍ରଦେଶର ମଣ୍ଡି, ସିମଲା, କାଙ୍ଗ୍ରା, ହମିରପୁର ଏବଂ ଓଡ଼ିଶାରେ ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ମୟୂରଭଂଜରେ ମଧ୍ୟ ଜୁନ୍ ୧ରେ ଭୋଟ୍ ଗ୍ରହଣ ହେବ। ସେହିପରି ଝାଡ଼ଖଣ୍ଡର ଡୁମ୍କା , ଗୋଡ୍ଡା ଏବଂ ରାଜମହଲରେ ଭୋଟ୍ ଅଛି। ସପ୍ତମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଜୟ ରାୟ, କଙ୍ଗନା ରାଣାୱତ, ବିକ୍ରମାଦିତ୍ୟ ସିଂହ, ରବି କିଶନ, କାଜଲ ନିଶାଦ, ଅନୁରାଗ ଠାକୁର, ସତପାଲ ସିଂହ, ଅଭିଷେକ ବାନାର୍ଜୀ।
ମୋଦୀ ଲଗାତାର ତୃତୀୟ ଥର ପାଇଁ ବାରାଣସୀ ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସର ଅଜୟ ରାୟ ନିର୍ବାଚନ ଲଢ଼ୁଛନ୍ତି। ହିମାଚଳପ୍ରଦେଶର ମଣ୍ଡି ଆସନରେ ବିଜେପି ପ୍ରାର୍ଥୀ କଙ୍ଗନାଙ୍କ ବିରୋଧରେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ ନିର୍ବାଚନ ଲଢ଼ୁଛନ୍ତି। ହମିରପୁରରେ ବିଜେପିର ଅନୁରାଗ ଠାକୁରଙ୍କ ବିରୋଧରେ କଂଗ୍ରେସର ସତପାଲ୍ ସିଂହ ନିର୍ବାଚନ ଲଢ଼ୁଛନ୍ତି।
[ad_2]




