ଖେଳ ଖବର

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଆତଙ୍କବାଦ ଭୟ – Kalinga News

[ad_1]


ନ୍ୟୁୟର୍କ: ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ନ୍ୟୁୟର୍କରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରିଦିଆଯିବ। ବିଶେଷକରି ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଆତଙ୍କବାଦର ଭୟ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଥିବା ସ୍ଥାନୀୟ ଗଭର୍ଣ୍ଣର କାଥି ହୋଚୁଲ୍‌ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି। ଏହାସହିତ ବର୍ତ୍ତମାନସୁଦ୍ଧା କୌଣସି ଧମକ ଥିବା ନେଇ କିଛି ବି ଖବର ଆସି ନଥିବା ସେ ଉଲ୍ଲେଖ କରିଛନ୍ତି। ନ୍ୟୁୟର୍କ ସିଟି ପୁଲିସ ବିଭାଗର ବୁଲେଟିନ୍‌ ଅନୁସାରେ, ବିଶ୍ବକପ୍‌ ଓ ଏହାର କିଛି ନିର୍ଦ୍ଦିଷ୍ଟ ମ୍ୟାଚ୍‌ଗୁଡ଼ିକୁ ଉଗ୍ରବାଦୀମାନେ ଦେଖିବାକୁ ଆସିପାରନ୍ତି। ତେଣୁ ହିଂସାକାଣ୍ଡ ଘଟିବା ସମ୍ଭାବନା ରହୁଥିବା କୁହାଯାଇଛି।

ସେହିପରି ନସାଉ କାଉଣ୍ଟି ପୁଲିସ୍‌ କମିସନର ପାଟ୍ରିକ ରାଇଡର କହିଛନ୍ତି, ଆଇଏସ୍‌ଆଇଏସ୍‌-‌କେ ତାହାର ବିବୃତିରେ ଭାରତ-ପାକିସ୍ତାନ ମ୍ୟାଚ୍‌ ବିଷୟରେ ଆଲୋଚନା କରିଥିବା ଏପ୍ରିଲ୍‌ ମାସରେ ଜାଣିବାକୁ ମିଳିଥିଲା। ତେଣୁ ଏଥିପ୍ରତି ପ୍ରଶାସନ ସତର୍କ ରହିଛି। ସର୍ଭେଲାନ୍ସ ଓ ସ୍କ୍ରିନିଂ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବା ସହ ଅଧିକ ଫୋର୍ସ ମୁତୟନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ଆନ୍ତର୍ଜାତିକ ମ୍ୟାଚ୍‌ଗୁଡ଼ିକରେ ସବୁବେଳେ ଆତଙ୍କୀ, ‌ହିଂସା ଭୟ ରହିଆସୁଛି। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ହେଉଥିବା ଏହି ମ୍ୟାଚ୍‌ ଉପରେ ସାରା ବିଶ୍ବର ନଜର ରହିଥାଏ।




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button