ଦେଶ- ବିଦେଶ

ଅଖନୁରରେ ଗଭୀର ଖାଇକୁ ବସ୍ ଖସି ୭ ଜଣଙ୍କ ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଅଖନୁର ସହରରେ ଆଜି ତାନ୍ଦା ଅଞ୍ଚଳ ନିକଟରେ ଏକ ଗଭୀର ଖାଇକୁ ବସ୍ ଖସି ପଡ଼ିବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍ରେ ଥିବା ଯାତ୍ରୀମାନେ ଉତ୍ତରପ୍ରଦେଶ ହାଥ୍ରାସର। ସେମାନେ ଜମ୍ମୁରୁ ରିଆସି ଜିଲ୍ଲାର ଶିବ ଖୋରି ତୀର୍ଥସ୍ଥଳକୁ ଯାତ୍ରା କରୁଥିଲେ। ଜମ୍ମୁ –ପୁଞ୍ଚ୍ ରାଜପଥର କାଳୀ ଧାର ମନ୍ଦିର ନିକଟରେ ଏହି ବସ୍ଟି ଖାଇକୁ ଖସି ପଡ଼ିଥିଲା। ଫଳରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷେ ଆହତମାନଙ୍କୁ ଅଖନୁର ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜମ୍ମୁ ଜିଲ୍ଲାପାଳ ଏକ ବିବୃତି ଜାରି କରି କହିଛନ୍ତି, ଉତ୍ତରପ୍ରଦେଶର ହାଥରାସରୁ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍ ଅଖନୁର୍ର ତାନ୍ଦା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍ଟି ରାସ୍ତା ଉପରୁ ଏକ ଗଭୀର ଖାଇକୁ ଖସି ପଡ଼ିଛି । ଉଦ୍ଧାର ଅପରେସନ୍ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button