ଦେଶ- ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ପାଇଁ କନ୍ୟାକୁମାରୀରେ କଡ଼ା ସୁରକ୍ଷା , ୨ ହଜାର ପୁଲିସ ମୁତୟନ – Kalinga News

[ad_1]

ନୂଆଦିଲ୍ଲୀ: କନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ରସିଦ୍ଧ ମିଡ୍-ସି ବିବେକାନନ୍ଦ ରକ୍ ମେମୋରିଆଲ୍ରେ ମୋଦୀଙ୍କ ୪୫ ଘଣ୍ଟାର ରହଣୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଦୀ ଏହି ସ୍ଥାନରେ ବସି ଧ୍ୟାନ କରିବେ। ଏଥିପାଇଁ ଏହି ସ୍ଥାନର ସୁରକ୍ଷା ପାଇଁ ୨ ହଜାର ପୁଲିସ ମୁତୟନ ହେବେ। ବିଭିନ୍ନ ସୁରକ୍ଷା ସଂସ୍ଥା ମଧ୍ୟ ମୋଦୀଙ୍କର ଏହି କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ପ୍ରଚାର ପରେ ମଧ୍ୟ ମୋଦୀ କେଦାରନାଥ ଗୁମ୍ଫାରେ ଧ୍ୟାନରେ ବସିଥିଲେ। ଇତି ମଧ୍ୟରେ ମୋଦୀଙ୍କର ଏହି ଆଧ୍ୟାତ୍ମିକ ଯାତ୍ରାକୁ ବିରୋଧ କରିଛି ଡିଏମ୍କେ। ମୋଦୀଙ୍କୁ ଏଥିପାଇଁ ଅନୁମତି ମିଳିଥିବାରୁ ଏହାକୁ ବିରୋଧ କରି ଡିଏମ୍କେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛି। ଉଲ୍ଲେଖଯୋଗ୍ୟ ଯେ ଜୁନ୍‌ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅଛି ଏବଂ ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳ ଆସିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button