ମନୋରଞ୍ଜନ

ଅନନ୍ତ ଓ ରାଧିକାଙ୍କ ବିବାହ ତାରିଖ ହେଲା ସ୍ଥିର: ଅତିଥିଙ୍କ ପାଇଁ ରହିଛି ସ୍ବତନ୍ତ୍ର ଡ୍ରେସ କୋର୍ଡ – Kalinga News

[ad_1]


ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ବାହାଘର ରାଧିକା ମର୍ଚାଣ୍ଟଙ୍କ ସହିତ ହେବ। ଦୁହିଁଙ୍କ ନିର୍ବନ୍ଧ କିଛିମାସ ତଳେ ଶେଷ ହୋଇଥିବା ବ‌େଳେ ଭାରତରେ ହିଁ ରାଧିକା ଓ ଅନନ୍ତଙ୍କ ବିବାହ ହେବ ‌ବୋଲି କୁହାଯାଉଥିଲା।

ନିର୍ବନ୍ଧ ଶେଷହେବାପରେ  ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ ଓ ରାଧିକାଙ୍କ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଗୁଜରାଟର ଜାମନଗରରେ ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ୱ ତଥା ଦେଶର ବଡ଼ବଡ଼ ହସ୍ତୀମାନେ ଯୋଗ ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ବାହାଘର ଜୁଲାଇ ୧୨ ତାରିଖରେ ୱାଲର୍ଡ କନଭେନସନ ସେଣ୍ଟରରେ ହେବ। ଅନନ୍ତ ଓ ରାଧିକାଙ୍କ ବିବାହ ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ରୀତିନୀତି ଅନୁଯାୟୀ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ନୀତା ଅମ୍ବାନୀ ନିଜେ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି।

ଏହି କ୍ରମରେ ଅନନ୍ତଙ୍କ ବିବାହ କାର୍ଡ ସାମ୍ନାକୁ ଆସିଛି। ଯେଉଁଥିରେ ଉଲ୍ଲେଖ ରହିଛି କି ‘ଶୁଭ ବିବାହ’ ୧୨ଜୁଲାଇ ଶୁକ୍ରବାର ହେବ। ଏହି ଦିନ ସମସ୍ତ ଅତିଥି ଇଣ୍ଡିୟନ ଟ୍ରାଡିସନାଲ ଡ୍ରେସ କୋର୍ଡରେ ଆସିବେ।

ଜୁଲାଇ ୧୩ ତ‌ାରିଖରେ ‘ଶୁଭ ଆର୍ଶୀବାଦ’ର ଦିନ ହେବ। ଏହାପରେ ଜୁଲାଇ ୧୪ ତାରିଖରେ ୱେଡିଂ ରିସେପସନ ରଖାଯାଇଛି। ତିନିଦିନ ଧରି ଚାଲିବାକୁ ଥିବା ରାଧିକା ଓ ଅନନ୍ତଙ୍କ ବିବାହ ଉତ୍ସବ ଜିଓ ୱାଲର୍ଡ ସେଣ୍ଟରରେ ଆୟୋଜିତ ହେବ।

ଅନନ୍ତ ଓ ରାଧିକାଙ୍କୁ ବର ଓ ବଧୂ ବେଶରେ ଦେଖିବା ପାଇଁ ସମସ୍ତେ ଖୁବ ଉତ୍ସାହିତ ଅଛନ୍ତି। ଅମ୍ବାନିଙ୍କ ସାନ ପୁଅ ବିବାହ ୨୦୨୪ର ସବୁଠାରୁ ଗ୍ରାଣ୍ଡ ବିବାହ ହେବ। ଯାହାକୁ ନେଇ ଦେଶ ତଥା ଦେଶ ବାହାରେ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

 




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button