ଅପରାଧ

ପୁଣେ ପୋର୍ସେ କାର୍‌ ଦୁର୍ଘଟଣା: ରକ୍ତ ନମୁନା ବଦଳକୁ ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ – Kalinga News

[ad_1]


ପୁଣେ: ପୁଣେ ପୋର୍ସେ କାର୍‌ ଦୁର୍ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ପୁଣେସ୍ଥିତ ଡାକ୍ତରଖାନାର ଡିନ୍ ଦାବି କରିଛନ୍ତି ଯେ ପୋର୍ସେ କାର ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷର ନାବାଳକର ରକ୍ତ ନମୁନା ବଦଳାଇଥିବା ଡାକ୍ତର ଅଜୟ ତାୱେର ରାଜ୍ୟ ଚିକିତ୍ସା ଶିକ୍ଷା ଅନୁମୋଦନ ପରେ ଅଧୀକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ସେ କିଡନୀ ପ୍ରତିରୋପଣ ଏବଂ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଥିବା ସତ୍ତ୍ବେ ଫରେନ୍ସିକ୍‌ ମେଡିକାଲ୍ ବିଭାଗର ମୁଖ୍ୟ ଭାବରେ ତାୱେରଙ୍କୁ ନିଯୁକ୍ତ କରାଯାଇଥିଲା ବୋଲି ସେସନ୍ ଜେନେରାଲ୍ ହସ୍ପିଟାଲର ଡିନ୍ ବିନାୟକ କାଲେ କହିଛନ୍ତି।

ଡିନ୍ ବିନାୟକ ଅଭିଯୋଗ ଆଣିଛନ୍ତି ଯେ ଡାକ୍ତର ତାୱେରଙ୍କ ନିଯୁକ୍ତି ବିଧାୟକ ସୁନିଲ ଟିଙ୍ଗ୍‌ରେଙ୍କ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ହସନ୍‌ ମୁସ୍‌ରିଫ୍‌ଙ୍କୁ ସୁପାରିସରେ ହୋଇଥିଲା। ଉଭୟ ଟିଙ୍ଗ୍‌ରେ ଓ ମୁସ୍‌ରିଫ୍‌ ଅଜିତ ପାୱାରଙ୍କ ଏନ୍‌ସିପିର। ଯାହାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶାସକ ବିଜେପି-ଶିବସେନା ମେଣ୍ଟର ଅଂଶ।

ପୁଣେ ପୋର୍ସେ ଦୁର୍ଘଟଣାର ହେବ ଡିଜିଟାଲ୍‌ ରି-କ୍ରିଏସନ। ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ଉପକରଣ ବ୍ୟବହାର କରି ଦୁର୍ଘଟଣାର ସିନ୍‌ ରିକ୍ରିଏସନ୍‌ କରିବାକୁ ପୁଲିସ୍‌ ଯୋଜନା କରୁଛି।

ପୁଣେରେ ୧୭ ବର୍ଷର ନାବାଳକ ଘଟାଇଥିବା ଭୟଙ୍କର ପୋର୍ସେ କାର ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ପୁଲିସ ପ୍ରମାଣ ପାଇଁ ଏହି ଯୋଜନା କରୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ବୁଧବାର ଦିନ କହିଛନ୍ତି।

ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ଦୃଶ୍ୟର ପୁନରୁଦ୍ଧାର ପାଇଁ ଏପର୍ଯ୍ୟନ୍ତ ଏଇ ଉପକରଣ ବ୍ୟବହାର କରାଯାଇ ନାହିଁ ଏବଂ ଶରୀର ଚିହ୍ନଟ ପାଇଁ ହତ୍ୟା ମାମଲାରେ ସେଗୁଡିକ ଫଳପ୍ରଦ ଭାବରେ ବ୍ୟବହୃତ ହୋଇଛି।

 

 




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button