Pregnancy ର ପ୍ରଥମ ମାସରେ କଣ ହୋଇଥାଏ ?v

ନମସ୍କାର ବନ୍ଧୁଗଣ, ମହିଳା ଯେତେବେଳେ ପ୍ରଥମେ ଗର୍ଭବତୀ ହୋଇଥାଏ ସେତେବେଳେ ତାଙ୍କୁ ଗର୍ଭଧାରଣା ସମ୍ପର୍କରେ ବିଶେଷ କିଛି ଜ୍ଞାନ ନଥାଏ । ଯାହାଦ୍ୱାରା ସେମାନେ ଟିକିଏ ଡରି ଯାଇଥାନ୍ତି ଏବଂ ଭାବନ୍ତି କଣ କରିବାକୁ ହେବ କଣ ନାହିଁ । ମହିଳା ମାନେ ଗର୍ଭବତୀ ହେବାର ସୂଚନା କିଭଳି ମିଳିଥାଏ ଏବଂ ମହିଳା ଗର୍ଭବତୀ ହେବାର ପ୍ରଥମ ମାସରେ କଣ ସବୁ ହୋଇଥାଏ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।
ଯାହା ଦ୍ୱାରା ଆପଣଙ୍କ ମନରେ ରହିଥିବା ଦ୍ଵନ୍ଦ ନିହାତି ଭାବରେ ଦୂର ହେବ । ଆପଣଙ୍କ ପିରିଅଡ ମିସ ହେବାପରେ ଆପଣ ପ୍ରେଗନେନ୍ସି ଟେଷ୍ଟ ପାଇଁ ଉରିନ ଟେଷ୍ଟ କରିବା ଆବଶ୍ୟକ । ଟେଷ୍ଟ କିଟରେ ଦୁଇଟି ପିଙ୍କ ଲାଇନ ଆସେ ତେବେ ଏହାର ଅର୍ଥ ହୋଇଥାଏ ଆପଣ ପ୍ରେଗନେଣ୍ଟ ଅଛନ୍ତି । ଏହି ଖବର ଜାଣିବା ପରେ ଆପଣ ଭବିଥାନ୍ତି ଏହା ଆପଣଙ୍କର ପ୍ରଥମ ମାସ ଅଟେ । କିନ୍ତୁ ଏହା ଆପଣଙ୍କର ପ୍ରଥମ ମାସ ହୋଇନଥାଏ ।
ଆପଣ ସୂଚନା ପାଇବା ବେଳକୁ ଆପଣଙ୍କ ପ୍ରଥମ ମାସ ସରି ଦିତୀୟ ମାସର ଆରମ୍ଭ ହୋଇଯାଇଥାଏ । ପିରିଅଡ ହେବାର ତୃତୀୟ ସପ୍ତାହ ମଧ୍ୟରେ ଅଣ୍ଡା ତିଆରି ହୋଇ ଫେଲୋପେନ ଟ୍ୟୁବରେ ଆସି ରହିଥାଏ । ଆଉ ସେହି ସମୟରେ ଅଣ୍ଡା ସଂସ୍ପର୍ଶରେ ସ୍ପର୍ମ ଆସିବା ଦ୍ଵାରା ଫର୍ଟିଲାଇଜେସନ ଆରମ୍ଭ ହୋଇଥାଏ । ଏହାପରେ ଜାଇଗୋଟ ତିଆରି ହୁଏ ଏବଂ ଏହାପରେ ଫେଲୋପେନ ଟ୍ୟୁବରୁ ତାହା ବାହାରି ଯୁଟ୍ରେରସରେ ପହଞ୍ଚିଥାଏ ।
ଏହାପରେ ତାହା ଏକ କେମିକାଲ ଛାଡିଥାଏ । ଆଉ ଯଦି କେମିକାଲ ନ ଛାଡିବ ତେବେ ଆପଣଙ୍କ ଗର୍ଭଧାରଣ ହେବ ନାହିଁ । ପିରିଅଡ ପରଠାରୁ ଯାହା ଏତେଦିନ ଧରି ଏଯାଏ ପହଞ୍ଚିଥିଲା ତାହା ଗର୍ଭଧାରଣ ନ ହେବା ହେତୁ ପୁଣି ପିରିଅଡ ବ୍ଲଡ଼ ହୋଇ ବାହାରିଯାଇଥାଏ । ଯଦି ପ୍ଲାସେଣ୍ଟା ୟୁଟ୍ରେରସରେ ଲାଗିକି ରୁହେ ନାହିଁ ଖସିଯାଏ ତେବେ ଆପଣଙ୍କର ଗର୍ଭଧାରଣ ହୋଇନଥାଏ ।
ଏହିସବୁକିଛି ପିରିଅଡ ସାରିବାର ତୃତୀୟ ସପ୍ତାହରେ ହୋଇଥାଏ । ଏହା ସମୟ ଭିତରେ ହିଁ ପିଲା ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ । ତେଣୁ ଏଥିପାଇଁ ଆପଣଙ୍କୁ ଏହି ତୃତୀୟ ମାସରେ କିଛି ସିମଟମସ ଦେଖିବା ପାଇଁ ମିଳିଥାଏ । ଯେମିତିକି ଆପଣଙ୍କ ମୁଣ୍ଡ ବୁଲାଇଥାଏ, ପାଟିରେ ପାଣି ଆସିଥାଏ । ଆଉ କିଛି ଜଣଙ୍କ ଠାରେ ଏସବୁ ମଧ୍ୟ ଦେଖିବା ପାଇଁ ମିଳିନଥାଏ କିନ୍ତୁ ଏଥିପାଇଁ ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ ।
କାରଣ ଏହା ଏକ ସାଧାରଣ କଥା ଅଟେ । ତେଣୁ ଆପଣ ଯଦି ଆପଣଙ୍କ ପିରିଅଡ ମିସ ହେବାର ସାତ ଦିନ ପୂର୍ବରୁ ବି ଯଦି ଟେଷ୍ଟ କରୁଛନ୍ତି ତେବେ ତାହା ପଜେଟିଭ ଆସିଥାଏ । ଯଦି ଆପଣ ଏହି ସମୟରେ ଟେଷ୍ଟ କରନ୍ତି ତେବେ ଆପଣଙ୍କ ଗର୍ଭଧାରଣର କଣ୍ଡିସନ କମ ଥିଲେ ବି ଡକ୍ଟର ଆପଣଙ୍କୁ ଏକ ହରମୋନ ଇଂଜେକସନ ଦେଇ ତାହା କରାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।