ଅପରାଧ

ମୁଖତାର ଅନସାରୀର ମୃତ୍ୟୁ ସ୍ବାଭାବିକ ନଥିଲା, ଏମ୍ସ ଡାକ୍ତର କରନ୍ତୁ ତଦନ୍ତ : ପୁଅ ଉମର ଅନସାରୀର ଦାବି – Kalinga News

[ad_1]

ବାନ୍ଦା:  ଉତ୍ତରପ୍ରଦେଶର ବାନ୍ଦା ଜେଲରେ ମାଫିଆ ଡନ୍ ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ରାଜନୈତିକ ଉଷ୍ମତା ବଢିଯାଇଛି । ବିରୋଧୀ ଦଳମାନେ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଥିବା ବେଳେ ମୁଖତାରର ସାନ ପୁଅ ଓମାର ଅନସାରୀ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି। ପୁଅ ଓମାର ଅନସାରୀ କହିଛି ଯେ ବାପା ମୁଖତାରଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ସୁପରିକଳ୍ପିତ ହତ୍ୟା ହୋଇଥାଇପାରେ । ତେଣୁ ମୁଖତାର ଅନସାରୀଙ୍କ ମୃତଦେହର ଶବ ବ୍ୟବଚ୍ଛେଦ ଏମ୍ସର ଡାକ୍ତରମାନେ କରିବା ଉଚିତ।

ଉମର ଅନସାରୀ ଶବ ବ୍ୟବଚ୍ଛେଦ ପୂର୍ବରୁ କାଗଜପତ୍ରରେ ଦସ୍ତଖତ କରିବାକୁ ମନା କରି ଦେଇଥିଲେ ଏବଂ ପ୍ରାର୍ଥନା କରିବାକୁ ଚାଲିଯାଇଥିଲେ। ବାନ୍ଦା ଜିଲ୍ଲା ପ୍ରଶାସନ ଓ ଚିକିତ୍ସା ବିଭାଗ ଉପରେ ତାଙ୍କର ବିଶ୍ୱାସ ନାହିଁ ବୋଲି ସେ କହିଛନ୍ତି। ଏମ୍ସର ଡାକ୍ତରଙ୍କ ଠାରୁ ଶବ ବ୍ୟବଚ୍ଛେଦ ଦାବି କରି ସେ ଡିଏମ୍ ଙ୍କୁ ଚିଠି ଲେଖିଛନ୍ତି। ଓମାର ଅନସାରୀ କହିଛନ୍ତି ଯେ ତାଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିବା ସଂଦେହ ରହୁଛି ଏବଂ ତାଙ୍କୁ ଧୀରେ ଧୀରେ ବିଷ ଦିଆଯାଇଥିଲା । ଓମାର ଅନସାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦସ୍ତଖତ ନ ହେବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଥିଲା। କିନ୍ତୁ ଅପରାହ୍ନ ୨ଟା ୨୦ରେ ଉମର ଅନସାରୀ ନମାଜ ପଢ଼ି ଆସି ଦସ୍ତଖତ କରିବା ପରେ ଶବ ବ୍ୟବଚ୍ଛେଦ ଆରମ୍ଭ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button