ଶ୍ୱଶୁରଘରେ ସ୍ତ୍ରୀ ଗଳା କାଟିବା ପରେ ନିଜ ତଣ୍ଟି କାଟିଲା ସ୍ବାମୀ – Kalinga News

[ad_1]
ପଡ଼ିଆ: ଶ୍ୱଶୁର ଘରେ କେହି ନଥିବା ବେଳେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳି ଝଗଡ଼ାର ଚରମ ପରିଣତି ଦେଖାଯାଇଛି। ସ୍ତ୍ରୀର ଗଳା କାଟିବା ପରେ ନିଜେ ନିଜର ଗଳା କାଟିଛି ସ୍ବାମୀ। ଉଭୟ ଗଳା କଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ଚିତ୍କାର କରୁଥିଲେ। ପ୍ରଥମେ ସ୍ତ୍ରୀ ପ୍ରାଣ ହାରିବା ପରେ ସାହି ଲୋକ ସ୍ୱାମୀକୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ମାତ୍ର କେଇ ମିନିଟ ବ୍ୟାବଧାନରେ ସ୍ୱାମୀଙ୍କର ମଧ୍ୟ ପ୍ରାଣବାୟୁ ଉଡ଼ିଯାଇଥିଲା। ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ରହିଥିବା ବଣ୍ଡାଲଗୁଡା ସାହିରେ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଏହି ଗ୍ରାମର ପେଦୀ ବେଣୁ କୁମାରୀ ନିଜ ଘରେ ଥିବା ବେଳେ ସ୍ଵାମୀ ପି କୋଣ୍ଡା ବାବୁଙ୍କ ସହ କୌଣଷି କାରଣରୁ ଝଗଡ଼ା ହୋଇଥିଲା। କେଇ ମିନିଟ ମଧ୍ୟରେ ଝଗଡ଼ା ଏତେ ତୀବ୍ରତର ହେଲା ଯେ କୋଣ୍ଡା ବାବୁ ଘରେ ରହିଥିବା ଧାରୁଆ ଛୁରି ସାହାଯ୍ୟରେ ହଠାତ୍ ବେଣୁ କୁମାରୀଙ୍କ ଗଳା କାଟି ଦେଇଥିଲା। ଏହାପରେ ବେଣୁ କୁମାରୀଙ୍କ ରକ୍ତସ୍ରାବ ଦେଖି ଆତ୍ମହରା ହୋଇ ପଶ୍ଚାତାପ ସ୍ଵରୁପ ନିଜର ଗଳା ମଧ୍ୟ କାଟି ଦେଇଥିଲା। ପୁରା ଘର ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିବା ବେଳେ ଉଭୟଙ୍କ ଚିତ୍କାର ଶୁଣି ପାଖାପାଖି ଲୋକେ ଆସି ଉଦ୍ଧାର କରିଥିଲେ।
ତେବେ ଘଟଣାସ୍ଥଳରେ ସ୍ତ୍ରୀ ବେଣୁ କୁମାରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁତରଙ୍କୁ ଡାକ୍ତରଖାନାକୁ ନେଉଥିଲେ। ବାଟରେ ସ୍ଵାମୀ କୋଣ୍ଡା ବାବୁ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଘଟଣା ବାବଦରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଅଞ୍ଚଳକୁ କର୍ଡ଼ନ ସହ ସିଲ୍ କରିଥିଲେ। ଏହାପରେ ମାଲକାନଗିରି ଏସଡିପିଓ ସଚିନ ପଟେଲ, ପଡ଼ିଆ ଥାନା ଅଧିକାରୀ ରାମେଶ୍ଵର ପଧାନ ପ୍ରମୂଖ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଅନ୍ୟ ପଟେ ମୃତ ବେଣୁ କୁମାରୀଙ୍କ ଭାଇ ପେଦୀ ପୁଷ୍ପରାଜୁ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡିଛି।
[ad_2]