ମନୋରଞ୍ଜନ

ପ୍ରିୟା ପ୍ରକାଶଙ୍କ ଫିଲ୍ମର ନିର୍ଦ୍ଦେଶକଙ୍କ ଉପରେ ଲାଗିଲା ଦୁଷ୍କର୍ମ ଆରୋପ – Kalinga News

[ad_1]

ନୂଆଦିଲ୍ଲୀ: ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟରଙ୍କ ଫିଲ୍ମର ନିର୍ଦ୍ଦେଶକ ଓମାର ଲୁଲୁଙ୍କ ଉପରେ ଲାଗିଲା ଦୁଷ୍କର୍ମ ଆରୋପ। ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ କରିଥିବା ଜଣାପଡ଼ିଛି। କେରଳ ପୁଲିସ ନିକଟରେ ଏହି ଅଭିଯୋଗ ଦାଖଲ କରାଯାଇଛି।

ପିଟିଆଇ ଅନୁଯାୟୀ, ଏର୍ନାକୁଲମ ଗ୍ରାମୀଣ ପୁଲିସର ଜଣେ ଅଧିକାରୀ ଏହି ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଏ ବାବଦରେ ଅଧିକ ସୂଚନା ଗ୍ରହଣ କରାଯାଇ ନାହିଁ। ଥରେ ପୁଲିସ, ନିର୍ଦ୍ଦେଶକଙ୍କ ବିରୋଧରେ ଠୋସ୍ ପ୍ରମାଣ ସଂଗ୍ରହ କଲା ପରେ ଓମାର ଲୁଲୁଙ୍କୁ ଗିରଫ କରାଯିବ ବୋଲି ସାମ୍ନାକୁ ଆସିଛି।

ଆଇପିସିର ଧାରା ୩୭୬ ଅନୁଯାୟୀ ଓମାର ଲୁଲୁଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଛି। ଅଭିଯୋଗ ହେବା ପରେ ପ୍ରକୃତ ଘଟଣା ଜାଣିବା ପାଇଁ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପେସାଦାର ଜୀବନକୁ ଦେଖିବାକୁ ଗଲେ ଓମାର ଲୁଲୁ ୨୦୧୬ରେ ମାଲାୟାଲମ୍ ଫିଲ୍ମ ହାପି ୱେଡିଂରୁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ତାଙ୍କର ଏହି ଚଳଚ୍ଚିତ୍ର ସେହି ବର୍ଷ ମାଲାୟାଲମ୍ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ହିଟ୍ ଥିଲା। ଏହି ଚଳଚ୍ଚିତ୍ର ୧୦୦ଦିନରେ ୧୩.୭୦କୋଟି ଟଙ୍କା ସଂଗ୍ରହ କରିଥିଲା ​। ଏହା ପରେ ସେ ୨୦୧୯ରେ ଓରୁ ଓଦାର୍ ଲଭ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଥିବା ଏକ ଦୃଶ୍ୟ ପାଇଁ ପ୍ରିୟା ପ୍ରକାଶ ୱାରିଅର୍ ଏକ ଜାତୀୟ କ୍ରସ୍ ପାଲଟି ଯାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button