ଅପରାଧ

ଥାନାରେ ଦୁଷ୍କର୍ମ ଅଭିଯୁକ୍ତ ବାପାର ଆତ୍ମହତ୍ୟା ଉଦ୍ୟମ: ଗୁପ୍ତାଙ୍ଗ, ଗଳା ଓ ହାତ ଶିରା କାଟିପକାଇଲା – Kalinga News

[ad_1]

ନିଜ ଝିଅ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ, ଅଡ଼ୁଆରେ ପୁଲିସ

ଭୁବନେଶ୍ବର: ନିଜର ୧୪ ବର୍ଷ ବୟସର ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଅଟକ ଥିବା ବାପା ଗତକାଲି ବିଳମ୍ବିତ ରାତିରେ ମୈତ୍ରୀବିହାର ଥାନା ଗାଧୁଆଘରେ ଆତ୍ମହତ୍ୟା ଉଦ୍ୟମ କରିଛି। ସେ ହେଲେ ନିକଟସ୍ଥ ବସ୍ତିରେ ରହୁଥିବା ଭଦ୍ରକର ବାଦଲ ଦାସ। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଗାଧୁଆଘରକୁ ଯାଇ ବାଦଲ କୌଣସି ଧାରୁଆ ଅସ୍ତ୍ରରେ ଗୁପ୍ତାଙ୍ଗ, ଗଳା ଓ ହାତର ଶିରାକୁ କାଟି ପକାଇ ଆତ୍ମହତ୍ୟା ଉଦ୍ୟମ କରିଛି। ତାକୁ ମୁମୂର୍ଷୁ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ବାଦଲର ଅବସ୍ଥା ସଂକଟାପନ୍ନ ରହିଛି। ଥାନା ଭିତରେ ସୁରକ୍ଷାକର୍ମୀଙ୍କ ଗହଣରେ ଅଭିଯୁକ୍ତ ଘଟାଇଥିବା ଏଭଳି ଅଭାବନୀୟ କାଣ୍ଡ କମିସନରେଟ୍‌ ପୁଲିସକୁ ଅଡ଼ୁଆରେ ପକାଇଛି। ଥାନାରେ ଅଟକ ଥିବା ଅଭିଯୁକ୍ତ କେଉଁଠୁ ଧାରୁଆ ଅସ୍ତ୍ର ପାଇଲା, ତାହା ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଅଟକ ରଖିବା ପୂର୍ବରୁ ଅଭିଯୁକ୍ତକୁ ଭଲ ଭାବେ ଯାଞ୍ଚ କରାଯାଇ ନଥିବା ସ୍ପଷ୍ଟ ହୋଇଛି। ପୁଲିସର ଏଭଳି ଦାୟିତ୍ବହୀନତା ପାଇଁ ଜଣେ ଅଭିଯୁକ୍ତ ଏବେ ଜୀବନମରଣ ସହ ଲଢ଼ୁଛି ବୋଲି ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ମାମଲାରେ ସୁରକ୍ଷା ଦାୟିତ୍ବରେ ଥିବା ସେଣ୍ଟ୍ରିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ଦିଆଯାଇଛି।

ବାଦଲ ଜଣେ ନିଶାଡ଼ି ଭାବେ ଜଣାଶୁଣା। ଦୁଇ ଦିନ ତଳେ ରାତିରେ ସେ ନିଶାସକ୍ତ ଅବସ୍ଥାରେ ନିଜ ଝିଅକୁ ଦୁଷ୍କର୍ମ କରିବାକୁ ବସିଥିଲା। ଝିଅର ଚିତ୍କାର ଶୁଣି ମା’ ନିଦରୁ ଉଠିପଡ଼ି ଝିଅକୁ ପିଶାଚ ବାପା କବଳରୁ ରକ୍ଷା କରିଥିଲେ। ଗତକାଲି ସକାଳେ ପୀଡ଼ିତା ନାବାଳିକା ମା’ଙ୍କ ସହ ଥାନାକୁ ଆସି ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହେବା ଜାଣିବା ପରେ ବାଦଲ ଫେରାର୍ ହୋଇଯାଇଥିଲା। କିନ୍ତୁ ଗତକାଲି ରାତିରେ ପୁଲିସ ତାକୁ ଠାବ କରି ଥାନାରେ ଅଟକ ରଖିଥିଲା। ଆଜି ପୂର୍ବାହ୍ଣ ସସାଢ଼େ ୧୦ଟା ବେଳେ ବାଦଲର ଡାକ୍ତରୀ ମାଇନା ପାଇଁ ତାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତରଖାନାରୁ ଅପରାହ୍ଣ ପ୍ରାୟ ୨ଟା ବେଳେ ଥାନାକୁ ଫେରାଇ ଅଣାଯାଇଥିଲା।

ଏହାପରେ ତାକୁ କୋର୍ଟ ଚାଲାଣ କରାଯିବାକୁ ପ୍ରସ୍ତୁତି ଚାଲିଥିଲା। ଏତିକିବେଳେ ବାଦଲ ଗାଧୋଇବାକୁ ଥାନାର ଗାଧୁଆଘରକୁ ଯାଇଥିଲା। ଜଗି ରହିଥିବା ସୁରକ୍ଷାକର୍ମୀଙ୍କୁ କହି ‌ସେ ଗାଧୁଆଘରକୁ ଯାଇଥିଲା। କିନ୍ତୁ ‌ଗାଧୁଆଘରୁ ବାହାରିବା ବିଳମ୍ବ ହେବାରୁ ସନ୍ଦେହ କରି ଜଗି ରହିଥିବା ସୁରକ୍ଷାକର୍ମୀ କବାଟ ବାଡ଼େଇଥିଲେ। ସେତେବେଳକୁ ବାଦଲ ଭିତରେ ଚଟାଣରେ ପଡ଼ି ଛଟପଟ ହେଉଥାଏ ଏବଂ ଚିତ୍କାର କରୁଥାଏ। ସଙ୍ଗେସଙ୍ଗେ କବାଟ ଭାଙ୍ଗି ବାଦଲକୁ ଉଦ୍ଧାର କରାଯାଇଥିଲା। ସେ ନିଜର ଗୁପ୍ତାଙ୍ଗ, ଗଳା ଓ ହାତର ଶିରା କାଟି ଦେଇଥିବା ଦେଖିବାକୁ ମିଳିଥିଲା। ମୁମୂର୍ଷୁ ଅବସ୍ଥାରେ ପ୍ରଥମେ ତାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ସେଠାରୁ କଟକ ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ନିଶାସକ୍ତ ଅବସ୍ଥାରେ କରିଥିବା ଜଘନ୍ୟ ପାପର ପ୍ରାୟଶ୍ଚିତ ଓ ଲୋକଲଜ୍ଜାକୁ ଡରି ବାଦଲ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ଥାନା ଭିତରେ ଜଣେ ଅଭିଯୁକ୍ତ ଧାରୁଆ ଅସ୍ତ୍ର କେଉଁଠୁ ପାଇଲା, ତାହାକୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button