ରାଜନୀତି

ଆଜି ଆସୁଛନ୍ତି ନରେନ୍ଦ୍ର ମୋଦୀ – Kalinga News

[ad_1]

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ବିଜେପିର ଶୀର୍ଷ ନେତୃତ୍ବ ପୂରା ଦମ୍ ଲଗାଇ ଦେଇଛନ୍ତି। ଜୁନ୍‌ ୧ରେ ରାଜ୍ୟରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ‌ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ଫେରି ଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ବାଲେଶ୍ବର, ବାରିପଦା ଓ କେନ୍ଦ୍ରାପଡ଼ାରେ ନିର୍ବାଚନୀ ପ୍ରଚାର କରିବେ ବୋଲି ଓଡ଼ିଶା ବିଜେପି ପକ୍ଷରୁ କୁହାଯାଇଛି।

ମୋଦୀ ବୁଧବାର ମଧ୍ୟାହ୍ନ ୧୨.୩୦ରେ ବାରିପଦାର ଛଉ ପଡ଼ିଆ, ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡ଼ିଆ ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ସକାଳ ୯ଟା ୩୦ରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡ଼ା, ସକାଳ ୧୦ଟା ୩୦ରେ କାକଟପୁର, ମଧ୍ୟାହ୍ନ ୧୧ଟା ୩୦ରେ ପାରାଦୀପ, ମଧ୍ୟାହ୍ନ ୧୨ଟା ୩୦ରେ ଜଗତସିଂହପୁର, ଅପରାହ୍ନ ୧ଟା ୩୦ରେ ତିର୍ତ୍ତୋଲ, ଅପରାହ୍ନ ୨ଟା୪୫ରେ ଭଦ୍ରକର ଚାନ୍ଦବାଲି, ଅପରାହ୍ନ ୪ଟା ୩୦ରେ ଧାମନଗର ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

ଏହାବ୍ୟତୀତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆସନ୍ତାକାଲି ସକାଳ ୧୦ଟା ୩୦ରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରାଠାରେ ଅନୁଷ୍ଠିତ ରୋଡ୍‌ ସୋ’ ଓ ଜନସଭାରେ ଯୋଗ ଦେବେ। ଏହାପରେ ଶ୍ରୀମତୀ ଷଡ଼ଙ୍ଗୀ ଅପରାହ୍ନ ୨ଟା ୩୦ରେ ଭଣ୍ଡାରିପୋଖରୀଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ତାରକା ପ୍ରଚାରକ ତଥା ସିନେ ଅଭିନେତା ଶ୍ରୀତମ ଦାସ ଆସନ୍ତାକାଲି ସକାଳ ୧୦ଟାରେ ଭଣ୍ଡାରିପୋଖରୀ, ଅପରାହ୍ନ ୨ଟାରେ ଖଇରା ଓ ସିମୁଳିଆ, ସନ୍ଧ୍ୟା ୫ଟାରେ ଭଦ୍ରକ ସହରରେ ଅନୁଷ୍ଠିତ ରୋଡ୍‌ ସୋ’ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button