ସାରା ଓ ଅନନ୍ୟାଙ୍କ ହଟ୍ ଫଟୋ ସର୍ଚ୍ଚ କରିଛନ୍ତି ରାଜସ୍ଥାନ ରୟାଲ୍ସ କ୍ରିକେଟର, ଲାଇଭରେ ହେଲା ଖୁଲାସା – Kalinga News

[ad_1]
ମୁମ୍ବାଇ: ଆଇପିଏଲ ୨୦୨୪ କିଛି ଦିନ ତଳେ ଶେଷ ହୋଇଛି। କେକେଆର୍ ଏହି ସିଜନରେ ଟ୍ରଫି ଜିତିଥିବା ବେଳେ ଭଲ ପ୍ରଦର୍ଶନ କରି ଚର୍ଚ୍ଚାରେ ରହିଛନ୍ତି ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ରିୟାନ୍ ପରାଗ । ତେବେ ଆଇପିଏଲ୍ ଶେଷ ହେବା ପରେ ରିୟାନ୍ ଏବେ ବିବାଦ ଘେରକୁ ଆସିଛନ୍ତି। ସେ କରିଥିବା କାମ ତାଙ୍କୁ ସମାଲୋଚିତ କରିଛି । ଏକ ଲାଇଭ୍ ସେସନରେ ତାଙ୍କ ୟୁଟ୍ୟୁବ୍ ହିଷ୍ଟ୍ରି ସାମ୍ନାକୁ ଆସିଯାଇଛି, ଯେଉଁଥିରେ ସେ ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କ ହଟ୍ ଫଟୋ ସର୍ଚ୍ଚ କରିଥିବା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
Savdhan Rahe
Satark Rahe🤣🤣#riyanparag pic.twitter.com/6zNpIZPBXi— Riti H🚩🕉 (@UnapologeticH1) May 27, 2024
ସୂଚନା ମୁତାବକ, ରିଆନ୍ ରବିବାର ଗେମିଂ ସେସନର ଲାଇଭ୍ ଷ୍ଟ୍ରିମିଂ କରିଥିଲେ। ଏହି ସମୟରେ ସେ ଏକ ବଡ ଭୁଲ କରି ବସିଥିଲେ। ଲାଇଭ୍ ଷ୍ଟ୍ରିମିଂ ସମୟରେ ରିଆନ୍ କପିରାଇଟ୍ ନଥିବା ସଙ୍ଗୀତ ଖୋଜୁଥିଲେ। ଏହି ସମୟରେ ତାଙ୍କର ସର୍ଚ୍ଚ ହିଷ୍ଟ୍ରି ସାମ୍ନାକୁ ଆସିଯାଇଥିଲା। ଯାହାକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। ସର୍ଚ୍ଚ ହିଷ୍ଟ୍ରିରେ ଅନନ୍ୟା ପାଣ୍ଡେ ହଟ୍ ଓ ସାରା ଅଲୀ ଖାନ୍ ହଟ୍ ସର୍ଚ୍ଚ ହୋଇଥିବା ଦେଖାଯାଇଥିଲା। ଏବେ ଏହାର ସ୍କ୍ରିନସଟ୍ ଓ ସ୍କ୍ରିନ ରେକର୍ଡିଂ ଖୁବ ଭାଇରାଲ ହେବାରେ ଲାଗିଛି।
Riyan Parag search History is Hawwwwwwwwwwwttttt 🥵#RiyanParag pic.twitter.com/gFvfOL0aYZ
— Amit Singh 𝕏 (@RockstarAmit) May 27, 2024
[ad_2]




