ବୋପାନ୍ନାଙ୍କ ଐତିହାସିକ ସଫଳତା: ମିଆମି ସ୍ବପ୍ନ ସାକାର ସହ ପୁଣି ଏକ ନମ୍ବର – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ କିଂଦବନ୍ତି ରୋହନ ବୋପାନ୍ନା ଶନିବାର ରାତିରେ ଏକ ଐତିହାସିକ ସଫଳତା ପାଇଛନ୍ତି। ମିଆମି ଓପନ୍ ପୁରୁଷ ଯୁଗଳ ଟ୍ରଫି ଜିତିବା ସହ ବୋପାନ୍ନା ପୁଣି ଥରେ ଏଟିପି ମାନ୍ୟତା ଶୀର୍ଷକୁ ଉଠିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଫାଇନାଲ୍ରେ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଦେନ୍ ପ୍ରଥମ ସେଟ୍ (୬-୭) ହାରିଯିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬-୩, ୧୦-୬ରେ କ୍ରୋଏସିଆର ଇଭାନ ଡୋଡିଗ୍ ଓ ଆମେରିକାର ଅଷ୍ଟିନ୍ କ୍ରାଇସେକ୍ଙ୍କୁ ପରାସ୍ତ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଏହି ବିଜୟ ସହ ବୋପାନ୍ନା ପ୍ରଥମ ଥର ମିଆମି ଓପନ୍ ମାଷ୍ଟର୍ସ ୧୦୦୦ ଟ୍ରଫି ଜିତିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବର ଏକ ନମ୍ବର ହେବା ସହ ୪୪ ବର୍ଷୀୟ ବୋପାନ୍ନା ବୟୋଜ୍ୟେଷ୍ଠ ଖେଳାଳି ଭାବେ ନିଜ ନାମରେ ଥିବା ମାଷ୍ଟର୍ସ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି। ଗତବର୍ଷ ୪୩ ବର୍ଷ ବୟସରେ ଇଣ୍ଡିଆନ୍ସ ୱେଲ୍ସ ଟ୍ରଫି ଜିତିବା ରେକର୍ଡ କରିଥିଲେ ସେ। ସୋମବାର ଏଟିପି ମାନ୍ୟତା ଅପଡେଟ୍ ହେବା ପରେ ଏହା ସ୍ପଷ୍ଟ ହୋଇଯିବ। ଏହା ବୋପାନ୍ନାଙ୍କର ୧୪ତମ ଏଟିପି ମାଷ୍ଟର୍ସ ୧୦୦୦ର ଫାଇନାଲ୍ ଥିଲା। ମୋଟ ଉପରେ କିନ୍ତୁ ସେ ୬୩ ଫାଇନାଲ୍ ଖେଳି ୨୬ତମ ଟ୍ରଫି ଜିତି ସାରିଛନ୍ତି। ବୋପାନ୍ନା ଓ ଏବେଦେନଙ୍କ ପାଇଁ କିନ୍ତୁ ଏହା ପଞ୍ଚମ ଏଟିପି ମାଷ୍ଟର୍ସ ୧୦୦୦ର ଫାଇନାଲ୍ ଥିଲା। ସମସ୍ତ ୯ଟି ଯାକ ଏଟିପି ମାଷ୍ଟର୍ସ ଫାଇନାଲ୍ ପ୍ରବେଶ କରିବାରେ ବୋପାନ୍ନା ମଧ୍ୟ ଲିଆଣ୍ଡର ପେସ୍ଙ୍କ ପରେ ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି।
[ad_2]




