ଅପରାଧ

ପ୍ରେମିକଙ୍କ ପାଖରୁ ଉଠିଆସି ଧାରଣାରେ ଛିଡ଼ା ହୋଇଗଲେ ପ୍ରେମିକା ମାଡ଼ିଗଲା ଟ୍ରେନ୍ – Kalinga News

[ad_1]

ନୂଆଦିଲ୍ଲୀ: ଆଗ୍ରାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ପ୍ରେମିକଙ୍କ ସହିତ ଝଗଡ଼ା କରି କେରଳ ଏକ୍ସପ୍ରେସ ସମ୍ମୁଖକୁ ଡେଇଁ ଜୀବନ ହାରିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।

ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଲୋହମାଣ୍ଡି ରାଜା ମାଣ୍ଡି ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଜୀବନ ହାରିବାକୁ ଚେଷ୍ଟା କରିଥିବା ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁକ ସହିତ ବସି କଥା ହେଉଛନ୍ତି। କଥା ହେବା ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା।

ଏଥି‌ରେ ଯୁବତୀ ଜଣକ ରାଗି ଯାଇ ବସିଥିବା ସ୍ଥାନରୁ ଉଠି ଆସି ଧାରଣାକୁ ଚାଲି ଆସିଥିଲେ। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା।

ପ୍ରେମିକା ଉପରେ ଆଖି ସ‌ାମ୍ନାରେ ଟ୍ରେନ ମାଡ଼ିଯିବା ଦେଖି ଯୁବକ ଜଣକ କ’ଣ କରିବେ କିଛି ବୁଝି ପାରି ନଥିଲେ । ବିଚଳିତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଯୁତବୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାର ପୁଲିସ ଯାଞ୍ଚ କରୁଛି।  ଯାଞ୍ଚ ପରେ ଓ ଯୁବତୀଙ୍କ ବୟାନ ରେକର୍ଡ ପରେ ଘଟଣା କ’ଣ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button