ଖେଳ ଖବର

ସିଲି ପଏଣ୍ଟ୍‌: ପୁଅ ପାଇଁ ଧାୱନ ବ୍ୟାକୁଳ – Kalinga News

[ad_1]

ନୂଆଦିଲ୍ଲୀ: ବିବାହ ବିଛେଦ ଓ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରଠାରୁ ପୂର୍ବତନ ଓପନର୍‌ ଶିଖର ଧାୱନଙ୍କ ବ୍ୟକ୍ତିଗତ ଦୁଃଖ ବଢ଼ିଯାଇଛି। ମଙ୍ଗଳବାର ଧାୱନ ତାଙ୍କ ମନର କଥାକୁ ପଦାକୁ ଆଣି ଦୁଃଖ ଲାଘବ ପାଇଁ ଚେଷ୍ଟା କରିଛନ୍ତି। ନିଜ ପୁଅକୁ ଗତ ୫/୬ ମାସ ହେବ ଭେଟିବାକୁ ସଂଘର୍ଷ କରୁଥିବାରୁ ଧାୱନ ଭାବବିହ୍ବଳ ହୋଇପଡ଼ିଛନ୍ତି। ଜୋରାଭରକୁ ତା’ ବାଲ୍ୟ ହକ୍‌ରୁ ବଞ୍ଚିତ କରାଯାଉଛି ଏବଂ ପୈତୃକ ସ୍ନେହଠାରୁ ଦୂରେଇ ରଖାଯାଉଛି ବୋଲି ପରୋକ୍ଷରେ ଅଭିଯୋଗ ମଧ୍ୟ କରିଛନ୍ତି। ‘‘ମୁଁ ଅଷ୍ଟ୍ରେଲିଆ ଯାଇ ସପ୍ତାହକ ପାଇଁ ପୁଅକୁ ଭେଟିଥାଏ, କିନ୍ତୁ ସେ ମାତ୍ର କିଛି ଘଣ୍ଟା ପାଇଁ ଉପଲବ୍‌ଧ ହେଉଛି। ତା’ ସହ କିଛି ଭଲ ସମୟ କାଟିବା ଓ ଅନ୍ତରଙ୍ଗ ଭାବେ ଆଲିଙ୍ଗନ କରିବାକୁ ଚାହେ।

ମୋ ବାହୁରେ ସେ ଶୋଇଯାଉ ବୋଲି ଆଶାବାଦୀ। ପିତାର ଭଲ ପାଇବା ଲାଗି ସେ ହକ୍‌ଦାର। ବିଗତ ୫/୬ ମାସ ହେବ ତା’ ସହ ପଦଟିଏ ବି କଥା ହୋଇନାହିଁ’’ ବୋଲି ଧାୱନ ପ୍ରକାଶ କରିଛନ୍ତି। ଈଶ୍ବରଙ୍କ ଆଶୀର୍ବାଦ ମିଳିଲେ ସେ ଦିନେ ମୋ ପାଖକୁ ଫେରି ଆସିବ, ସେ ଖୁସିରେ ରହୁ ବୋଲି ମୁଁ ଆଶା ରଖିଛି’’ ବୋଲି ଏହି ବାମହାତୀ କ୍ରିକେଟର୍‌ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଦିଲ୍ଲୀର ଏକ ଅଦାଲତ ପତ୍ନୀ ଆୟେଶା ମୁଖାର୍ଜୀଙ୍କଠାରୁ ଶିଖର ଧାୱନଙ୍କ ଛା‌ଡ଼ପତ୍ରକୁ ମଞ୍ଜୁର କରିଥିଲା। ୯ ବର୍ଷୀୟ ପୁଅ ଜୋରାଭର ଏବେ ଆୟେଶାଙ୍କ ସହ ଅଷ୍ଟ୍ରେଲିଆରେ ରହୁଛି। କିନ୍ତୁ ଆୟେଶା ଗତ କିଛି ମାସ ହେବ ଜୋରାଭରଙ୍କୁ ‌ଧାୱନଙ୍କଠାରୁ ସମସ୍ତ ପ୍ରକାର ଯୋଗାଯୋଗ ବାଟ ବନ୍ଦ କରି ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button