‘ମହାରାଗିନୀ-କ୍ୱିନ ଅଫ କ୍ୱିନ୍ସ’ ର ଟିଜର ରିଲିଜ, ପୁଣି ଏକାଠି ନଜର ଆସିବେ କାଜୋଲ ଓ ପ୍ରଭୁଦେବା – Kalinga News
[ad_1]

ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ଅଭିନେତ୍ରୀ ହେଉଛନ୍ତି କାଜୋଲ । ନିଜ କ୍ୟାରିଅରରେ ଅନେକ ହିଟ୍ ଫିଲ୍ମ କରିସାରିଛନ୍ତି କାଜୋଲ । ଦମଦାର ଆକ୍ଟିଂ ଯୋଗୁଁ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍ କରିଛନ୍ତି । ବହୁ ଦିନ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ରହିଥିବା କାଜୋଲ ବର୍ତ୍ତମାନ ପୁଣିଥରେ ଆକ୍ସନ-ଥ୍ରୀଲର ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ନାମ ‘ମହାରାଗିନୀ-କ୍ୱିନ ଅଫ କ୍ୱିନ୍ସ’ ରହିଛି । ଫିଲ୍ମର ଟିଜର ଆଜି ରିଲିଜ ହୋଇଛି । ଚରଣ ତେଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ କାଜୋଲ, ନାସିରୁଦ୍ଦିନ ଶାହ ଏବଂ ପ୍ରଭୁ ଦେବା ମୁଖ୍ୟ ଭୂମିକାରେ ରହିଛନ୍ତି ।
କାଜୋଲ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ଫିଲ୍ମରେ ପ୍ରଥମ ଝଲକ ସେୟାର କରିଛନ୍ତି । ଟିଜରରେ କାଜୋଲଙ୍କ ନୂଆ ଅବତାର ଦେଖିବାକୁ ମିଳିଛି । ଭିଡିଓ ଆରମ୍ଭରେ ଜଣେ ବ୍ୟକ୍ତି ରନେଓ୍ଵରେ ଦୌଡୁଥିବାର ଦେଖିବାକୁ ମିଳିଛନ୍ତି । ଯାହାକୁ ପ୍ରଭୁ ଦେବା ପଛରୁ ଗୋଡାଉଛନ୍ତି । ଭିଡିଓରେ ନାସିରୁଦ୍ଦିନ ଶାହ ଏବଂ ସଯୁକ୍ତା ମେନନ ମଧ୍ୟ ନଜର ଆସିଛନ୍ତି । ଏହାପରେ ଦୁର୍ଗା ପୂଜାରେ କାଜୋଲ ଗୁଣ୍ଡାଙ୍କ ସହିତ ମାରପିଟ କରୁଥିବାର ଦେଖିବାକୁ ମିଳିଛନ୍ତି । ଲାଲ ରଙ୍ଗର ଆଉଟଫିଟରେ ତଲଓ୍ଵାରରେ ପ୍ରାହାର କରୁଛନ୍ତି । ସେ କହୁଛନ୍ତି, ପାଓ୍ଵର ମାଙ୍ଗକେ ନେହିଁ, ଛିନ୍ସେ ମିଲତି ହୈ । ଏହା ପରେ କାଜୋଲ କହୁଛନ୍ତି, ମା ସରସ୍ୱତୀଙ୍କ ଜ୍ଞାନ, ମା ଲକ୍ଷ୍ମୀଙ୍କ ସମୃଦ୍ଧି, ମା ଦୁର୍ଗାଙ୍କ ଦମ୍, ଇନତା ସବକୁଛ୍ ହୋନେ କେ ବାଦ ଭି ଡରନା ପଡେ.. ଫୁଲ ଟୁ ଦେସି….।
ଫିଲ୍ମର ପ୍ରଥମ ଲୁକ୍ ସେୟାର କରି କାଜୋଲ ଲେଖିଛନ୍ତି, ‘ଆପଣଙ୍କ ସହିତ ସେୟାର କରି ବହୁତ ଖୁସି । ମହାରାଗିନୀ ଅର୍ଥାତ୍ ରାଣୀଙ୍କ ରାଣୀ । ଗୋଟେ ମୁହୂର୍ତ୍ତ ରୁହନ୍ତୁ ଏବଂ ଆନନ୍ଦ ନିଅନ୍ତୁ । ଆଶା କରୁଛି କି, ଆପଣଙ୍କୁ ଏହା ବହୁତ ପସନ୍ଦ ଆସିବ । କାଜୋଲ ନିଜ ଇନଷ୍ଟାରେ ଫିଲ୍ମର ଟିଜର ପୋଷ୍ଟ କରିଛନ୍ତି ।
ଭେଙ୍କଟ ଅନୀଶ ଡୋରିଗିଲ୍ଲ ଏବଂ ହରମନ ବାେଓ୍ଵଜା ଦ୍ୱାରା ନିର୍ମିତ ଫିଲ୍ମରେ ଜିଶୁ ସେନଗୁପ୍ତା, ଆଦିତ୍ୟ ସିଲ୍, ଛାୟା କଦମ ଏବଂ ପ୍ରମୋଦ ପାଠକ ପ୍ରମୁଖ ଭୂମିକାରେ ରହିଛନ୍ତି । ଫିଲ୍ମର ମ୍ୟୁଜିକ ନିର୍ଦ୍ଦେଶତା ହର୍ଷବର୍ଦ୍ଧନ ରାମଶ୍ୱେର ଦେଉଛନ୍ତି । ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମଲାୟାଲମରେ ରିଲିଜ ହେବ । ୨୭ ବର୍ଷ ପରେ କାଜୋଲ ଏବଂ ପ୍ରଭୁ ଦେବାଙ୍କ ଯୋଡିକୁ ପୁଣି ଫିଲ୍ମରେ ଦେଖିବାକୁ ମିଳିବ ।
The post ‘ମହାରାଗିନୀ-କ୍ୱିନ ଅଫ କ୍ୱିନ୍ସ’ ର ଟିଜର ରିଲିଜ, ପୁଣି ଏକାଠି ନଜର ଆସିବେ କାଜୋଲ ଓ ପ୍ରଭୁଦେବା appeared first on KNews Odisha.
[ad_2]