କଂଗ୍ରେସ ଘୋଷଣା କଲା ୨ ଲୋକସଭା, ୮ ବିଧାନସଭା ପ୍ରାର୍ଥୀ: ବଦଳିଲେ ୩ ପ୍ରାର୍ଥୀ – Kalinga News
[ad_1]
ସମ୍ବଲପୁର ଲୋକସଭା, ଖଣ୍ଡପଡ଼ା, ବାରିପଦା ପ୍ରାର୍ଥୀ ବଦଳିଲେ
ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଆଜି ରାଜ୍ୟର ୨ଟି ଲୋକସଭା ଆସନ ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୋଟ୍ ୧୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ତିନି ଜଣ ପ୍ରାର୍ଥୀ ବଦଳିଛନ୍ତି। ସିଇସି ଅନୁମୋଦନ କରିବା ପରେ ଏଆଇସିସି ପକ୍ଷରୁ ନୂଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏଥିରେ ଦଳ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ନଗେନ୍ଦ୍ର ଗତ ସପ୍ତାହରେ ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିଲେ। କଟକ ଲୋକସଭା ଆସନ ପାଇଁ ସୁରେଶ ମହାପାତ୍ରଙ୍କୁ ବି ଦଳ ପ୍ରାର୍ଥୀ କରିଛି। ସେହିପରି ବାରିପଦା ଆସନରେ ପ୍ରାର୍ଥୀ ହୋଇଥିବା ବାଦଲ ହେମ୍ବ୍ରମ୍ଙ୍କ ବଦଳରେ ଦଳ ପ୍ରମୋଦ କୁମାର ହେମ୍ବ୍ରମ୍ଙ୍କୁ ପ୍ରାର୍ଥୀ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଖଣ୍ଡପଡ଼ାରେ ପୂର୍ବରୁ ଦଳ ମେନାଜ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବଦଳରେ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଚଳିତ ନିର୍ବାଚନରେ ପ୍ରାର୍ଥୀ ନହେବା ସ୍ପଷ୍ଟ ହେବା ପରେ ତାଙ୍କ ଝିଅ ସୋଫିଆ ଫିରଦୋସ୍ଙ୍କୁ ଦଳ ପ୍ରାର୍ଥୀ କରିଛି। ଜଳେଶ୍ବରରେ ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ବରେର ମୋନାଲିସା ଲେଙ୍କା, ବଡ଼ଚଣାରେ ଅଜୟ ସାମଲ, ପାଲଲହଡ଼ାରେ ଫକିର ସାମଲ, ଜଗତସିଂହପୁରରେ ପ୍ରତିମା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ଅପରପକ୍ଷେ ଏବେ ସୁଦ୍ଧା କଂଗ୍ରେସ କାକଟପୁର, ଛତ୍ରପୁର, ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି। ସେହିପରି ମୟୂରଭଞ୍ଜ ଲୋକସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଏହି ଆସନଟି ଜେଏମ୍ଏମ୍କୁ ଛାଡ଼ିପାରେ ବୋଲି କୁହାଯାଉଛି।
[ad_2]