ଅପରାଧ

ମାନବ ଚାଲାଣ କରୁଥିବା ଲୋକପ୍ରିୟ ୟୁଟୁବ୍ୟର ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ଗୁରୁଗ୍ରାମ ପୁଲିସ ଜଣେ ଲୋକପ୍ରିୟ ୟୁଟ୍ୟୁବର୍‌ଙ୍କୁ ଗିରଫ କରିଛି। ଗିରଫ ୟୁଟ୍ୟୁବର୍‌ଙ୍କ ନାମ ଇନ୍‌ଫ୍ଲୁଏନ୍‌ସର୍‌ ବବି କଟାରିଆ ବୋଲି ଜଣାପଡ଼ିଛି।

ଉତ୍ତରପ୍ରଦେଶର ଗୋପାଳଗଞ୍ଜ କଲ୍ୟାଣପୁର ଫତେହପୁରରେ ବସବାସ କରୁଥିବା ଅରୁଣ କୁମାର ଓ ତାଙ୍କର ଉତ୍ତରପ୍ରଦେଶର ସାଙ୍ଗ ମନୀଷ ତୋମାର ପୁଲିସରେ ଅଭିଯୋଗ କରି କହିଥିଲେ, ହାତରେ କୌଣସି କାମ ନଥିବାରୁ ଆମେ ଚାକିରି ଖୋଜୁଥିଲୁ। ଏହି କ୍ରମରେ ‘ଇନଷ୍ଟାଗ୍ରାମ’ ଏବଂ ୟୁଟ୍ୟୁବରେ କାଟାରିଆଙ୍କ ଅଫିସିଆଲ ଆକାଉଣ୍ଟରେ ବିଦେଶରେ କାମ କରିବା ସମ୍ବନ୍ଧୀୟ ଏକ ବିଜ୍ଞାପନ ଦିଆଯାଇଥିବା ଦେଖିବାକୁ ପାଇଥିଲୁ।

ଏହାପରେ ଆମେ ଗୁରୁଗ୍ରାମର ଏକ ମଲରେ ଥିବା ଏକ କାର୍ଯ୍ୟାଳୟରେ କାଟାରିଆଙ୍କ ସହିତ ସାକ୍ଷାତ କରିଥିଲୁ। ଏହି ସାକ୍ଷାତକାରେ ବିଦେଶରେ ଆମେ ଚାକିରି ସୁନିଶ୍ଚିତ ବୋଲି କହି କାଟାରିଆ ୨୦୦୦ ଟଙ୍କା ପଞ୍ଜିକରଣ କରିଥିଲେ।

ବବି କାଟାରିଆଙ୍କ ନିର୍ଦ୍ଦେଶରେ ଲକ୍ଷ ଟଙ୍କା  ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲୁ। ମାର୍ଚ୍ଚ ୨୮ରେ ବବି କାଟାରିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ବିମାନବନ୍ଦରରୁ ୫୦ହଜାର ଟଙ୍କା ପୁଣି ତାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର କରିଥିଲୁ।

ଏହାପରେ ଆମକୁ ବିଦେଶ ନେଇ  ସେଠାରେ ସାଇବର ଅପରାଧୀଙ୍କ ସହିତ କାମ କରିବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କ କହିବା ଅନୁଯାୟୀ ଆମେ ଯଦି କାମ ନକରୁ ‌ତେବେ କେବେ ବିଦେଶ ଯାଇ ପାରିବୁ ନାହିଁ ବୋଲି ବି ଧମକ ଦିଆଯାଇଥିଲା।’

ଏଭଳି କିଛି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଚଢ଼ାଉ କରି ଇନ୍‌ଫ୍ଲୁଏନ୍‌ସର୍‌ ବବି କଟାରିଆଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିବା ସହିତ ତାଙ୍କ ସହିତ ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button