ରାଜନୀତି

ହିମାଚଳରେ କଂଗ୍ରେସର ପ୍ରଚାର ଦାୟିତ୍ବ ନେଲେ ପ୍ରିୟଙ୍କା ଗାନ୍ଧୀ – Kalinga News

[ad_1]

ଶିମ୍‌ଲା: ନାହନ ଏବଂ ଉନାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୨ଟି ନିର୍ବାଚନ ରାଲି ପରେ କଂଗ୍ରେସ ସାଧାରଣ ସମ୍ପାଦିକା‌ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ହିମାଚଳପ୍ରଦେଶରେ ଦଳର ପ୍ରଚାର ଦାୟିତ୍ବ ନେଇଛନ୍ତି। କାଙ୍ଗ୍ରା ଲୋକସଭା ଆସନରେ ୨ଟି ରାଲି କରି ପ୍ରିୟଙ୍କା ଆଜି ତାଙ୍କ ପ୍ରଚାର ଆରମ୍ଭ କରିଛନ୍ତି ଏବଂ ଆସନ୍ତା ମେ’ ୩୦ ତାରିଖ ପର୍ଯ୍ୟନ୍ତ ସେ ଅନ୍ୟ ତିନିଟି ନିର୍ବାଚନ ମଣ୍ଡଳୀ ହମିରପୁର, ମଣ୍ଡି ଏବଂ ଶିମ୍‌ଲାରେ ନିର୍ବାଚନ ପ୍ରଚାର କରିବେ।

ଉଭୟ କଂଗ୍ରେସ ଏବଂ ବିଜେପିର ତାରକା ପ୍ରଚାରକମାନେ ଏବେ ହିମାଚଳପ୍ରଦେଶ ଗସ୍ତ କରିବେ। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର ଉଭୟ ମଙ୍ଗଳବାର ଦିନ ଶିମ୍‌ଲାରେ ରହିବେ ଏବଂ ଗଣମାଧ୍ୟମରେ ଟିପ୍ପଣୀ ରଖିବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ହିମାଚଳପ୍ର‌ଦେଶରେ ଖାତା ଖୋଲି ପାରିନଥିଲା ଏବଂ ୨୦୨୧ରେ ମଣ୍ଡି ଲୋକସଭା ଆସନରେ ଉପନିର୍ବାଚନ ବିଜୟୀ ହୋଇ ଲୋକସଭାରେ ପହଞ୍ଚି ପାରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button