ଅପରାଧ

ସାଇବର୍‌ କ୍ରାଇମ୍‌: କ୍ରେଡିଟ୍‌କାର୍ଡରୁ ୩ ଲକ୍ଷ ଗାଏବ୍‌, ୨ ଗିରଫ – Kalinga News

[ad_1]

ବଲାଙ୍ଗୀର: ବୁଧବାର ବଲାଙ୍ଗୀର ସାଇବର୍‌ ପୁଲିସ ଏକ ଠକେଇ ମାମଲାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଲାଙ୍ଗୀର ଶାନ୍ତିପଡ଼ାର ଅମନ ସାହୁ ଓ ସୋନପୁରର ସୌମିତ୍ରୀ ଶତପଥୀ। ସୂଚନା ଅନୁସାରେ, ରାଜୀବନଗରର ବିକାଶ ବେହେରା ତାଙ୍କ କ୍ରେଡିଟ୍‌ କାର୍ଡରୁ ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଗତ ୧୧ ତାରିଖ ଅଭିଯୋଗ କରିଥିଲେ। ସାଇବର ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା।

ଅଭିଯୁକ୍ତ ଅମନ ଓ ସୌମିତ୍ରୀ ଏକା ସାଙ୍ଗରେ ପାଠ ପଢୁଥିଲେ। ପରେ ସୌମିତ୍ରୀ ଏକ୍ସିସ ବ୍ୟାଙ୍କରେ କାମ କରୁଥିଲା। ଏକ ହ୍ୱାଟ୍‌ସ୍ଆପ୍‌ ଗ୍ରୁପରୁ ଅଭିଯୁକ୍ତମାନେ କ୍ରେଡିଟ କାର୍ଡ ନମ୍ବର ହାସଲ କରି ବିକାଶକୁ ଫୋନ କରିଥିଲେ। କାର୍ଡ ଅପଡେଟ୍‌ ବାହାନାରେ ବିକାଶର ନମ୍ବର ପରିବର୍ତ୍ତେ ଅମନ ନିଜ ନମ୍ବର ରେଜିଷ୍ଟର୍‌ କରିଥିଲା। ପରେ ବିଭିନ୍ନ କିସ୍ତିରେ ୩ ଲକ୍ଷ ୩୩ ହଜାର ୪୧୮ ଟଙ୍କା ବିକାଶଙ୍କ କ୍ରେଡିଟ୍ କାର୍ଡରୁ ଉଠାଇ ନେଇଥିଲେ। ପୁଲିସ୍‌ ସେମାନଙ୍କ ପାଖରୁ ୨ ଲକ୍ଷ ୮ହଜାର ୯୭୮ଟଙ୍କା  ଓ ୨ଟି ମୋବାଇଲ ଜବତ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button