ଅପରାଧ

ହସ୍ପିଟାଲ୍‌ରେ ପ୍ରି-ୱେଡିଂ ଫଟୋସୁଟ୍‌ କରି ନିଲମ୍ବିତ ହେଲେ ସ୍ବାସ୍ଥ୍ୟ ଅଧିକାରୀ – Kalinga News

[ad_1]

ବେଙ୍ଗାଲୁର: ସରକାରୀ ହସ୍ପିଟାଲ୍‌କୁ ନିଜ ବ୍ୟକ୍ତିଗତ ସ୍ବାର୍ଥରେ ବିନିଯୋଗ କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ନିତେଶ ଗୁଣ୍ଡୁ ରାଓ ହସ୍ପିଟାଲ୍‌ ଭିତରେ ପ୍ରି-ୱେଡିଂ ସୁଟ୍‌ କରୁଥିବା ଜଣେ ଡାକ୍ତରଙ୍କୁ ନିଲମ୍ବିତ କରି ଦେଇଛନ୍ତି। ‌ସେ କହିଛନ୍ତି ଯେ ହସ୍ପିଟାଲ୍‌ ହେଉଛି ଜନତାଙ୍କ ସେବା କରିବା ପାଇଁ, କାହା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନୁହେଁ।

ଜାଣିବାକୁ ମିଳିଛି ଯେ ଡାକ୍ତର ଅଭିଷେକଙ୍କ ବିବାହ ଅନ୍ୟ ଜଣେ ଡାକ୍ତରଙ୍କ ସହ ସ୍ଥିର ହୋଇଛି। ବିବାହ ପୂର୍ବରୁ ଅଭିଷେକ ଚାକିରି କରିଥିବା ସରକାରୀ ହସ୍ପିଟାଲ୍‌ର ଅସ୍ତ୍ରୋପଚାର କକ୍ଷରେ ପ୍ରି-ୱେଡିଂ ଫଟୋସୁଟ୍‌ କରାଉଥିଲେ।

ଫଟୋରେ ଦେଇବାକୁ ମିଳିଛି ଯେସେ ଓ ତାଙ୍କ ମେଙ୍ଗତର୍‌ ଦୁହେଁ ଅପରେସନ କରିବା ବେଳେ ପିନ୍ଧା ଯାଉଥିବା ପୋଷାକ ପିନ୍ଧିଛନ୍ତି। ସେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର କରିବା ବେଳେ ତାଙ୍କ ମଙ୍ଗେତର ତାଙ୍କ ଝାଳ ପୋଛି ଦେଉଛନ୍ତି। ତା’ପରେ ଅଭିଷେକ ଜୋର୍‌ରେ ହସୁଛନ୍ତି। ଏହି ସବୁ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଖୁବ୍ ସମ‌ୋଲୋଚନା କରୁଛନ୍ତି।

ଜାଣିବାକୁ ମିଳିଛି ଅଭିଷେକ ମାସେ ତଳେ ଡାକ୍ତରଖାନାର ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ଡାକ୍ତର ପରି ଏକ ଦାୟତ୍ବବାନ୍‌ ପଦବୀରେ ରହି ମଧ୍ୟ ଏପରି କାର୍ଯ୍ୟ କରିଥିବାରୁ ଅନେକ ମହଲରୁ ତାଙ୍କୁ ନିନ୍ଦା କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button