ଛତିଶଗଡ଼ର ସର୍ବବୃହତ ବିସ୍ଫୋରକ କାରଖାନାରେ ବିସ୍ଫୋରଣ, ଜଣେ ମୃତ, ୬ ଆହତ – Kalinga News

[ad_1]
ବେମେତରା: ଛତିଶଗଡ଼ର ବେମେତରାସ୍ଥିତ ଏକ ବିସ୍ଫୋରକ କାରଖାନାରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏହି କାରଖାନା ରାଜ୍ୟର ସବୁଠାରୁ ବଡ଼ ବାରୁଦ ତିଆରି କାରଖାନା।
ବୋର୍ସି ଗ୍ରାମରେ ଥିବା ଏହି କାରଖାନାରେ ଏହି ବିସ୍ଫୋରଣ ଘଟିଛି। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ୟୁନିଟର ଦୁଇଟି ଟିମ୍ ଆଖପାଖ ଜିଲ୍ଲା ଦୁର୍ଗ ଓ ରାୟପୁରରୁ ବିସ୍ଫୋରଣ ସ୍ଥଳରେ ପହଞ୍ଚିଥିଲେ। ରାଜନନ୍ଦଗୋଆଁରୁ ଏସଡିଆରଏଫର ଆଉ ଏକ ଟିମ୍ ମୁତୟନ କରାଯାଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୦ରୁ ୧୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ କୋଠାର ଭଗ୍ନାବଶେଷ ହଟାଇ ଦିଆଯାଉଛି।
ଏନେଇ ବେମେତରା ଆରକ୍ଷୀ ଅଧୀକ୍ଷକ ରାମକୃଷ୍ଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏସ୍ଡିଆର୍ଏଫ୍ ଟିମ୍ ଓ ବିଶେଷଜ୍ଞ ଟିମ୍ ଏଠାରେ ଅଛନ୍ତିଯ। ସବିଶେଷ ତଥ୍ୟ ନିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ୫ରୁ ୬ ଜଣଙ୍କୁ ଡାକ୍ତରଖାନା ପଠାଯାଇଛି।
ବେମେତରା ଜିଲ୍ଲାପାଳ ରଣବୀର ଶର୍ମା କହିଛନ୍ତି, ୬ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ଅଗ୍ନିଶମ ବାହିନୀ, ଡାକ୍ତରୀ ଟିମ୍ ଏବଂ ପ୍ରଶାସନ ଓ ପୁଲିସର ଲୋକମାନେ ଏଠାରେ ଅଛନ୍ତି। କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ବିସ୍ଫୋରଣର କାରଣ ତଦନ୍ତର ବିଷୟ। ୬ ଜଣ ଆହତଙ୍କୁ ଚିକିତ୍ସା ପାଇଁ ରାୟପୁରର ଡାକ୍ତର ଭୀମରାଓ ଆମ୍ବେଦକର ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ବିସ୍ଫୋରଣ ସ୍ଥଳ ପରିଦର୍ଶନ କରି କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୃତକଙ୍କ ପରିବାରକୁ ସରକାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ସେ କହିଛନ୍ତି।
[ad_2]




