ମନୋରଞ୍ଜନ

ଜାହ୍ନବୀଙ୍କ ପାଇଁ ଘର ଝରକାରେ ଗ୍ରିଲ୍‌ ଲଗାଇଥିଲେ ବୋନି କପୁର – Kalinga News

[ad_1]

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ, ଓ ପ୍ରଯୋଜକ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁର ଏବେ ବଲିଉଡ୍‌ର ଏକ ବହୁପରିଚିତ ନାମ। ସିନେମା ଶିଳ୍ପରେ ନିଜ ସ୍ଥିତି ଦୃଢ଼ କରିବାକୁ ସେ କଠିନ ପରିଶ୍ରମ କରି ଚାଲିଛନ୍ତି। ଜାହ୍ନବୀ ଆଜିକାଲି ଶିଖର ପହରିୟାଙ୍କୁ ଡେଟ୍‌ କରୁଛନ୍ତି ଓ ସେ ଦୁହିଁଙ୍କର ଅନେକ ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। କେବେ ବି ନିଜ ବ୍ୟକ୍ତିଗତ ଜୀବନକୁ ନେଇ କଥା ହେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ଶ୍ରୀଦେବୀତନୟା ଜାହ୍ନବୀ। ନିଜ ସଂପର୍କରେ ଏପରି ଅନେକ କଥା ଅଛି ଯାହାକୁ ସେ ଅକୁଣ୍ଠ ଭାବେ ଖୋଲି କହିଛନ୍ତି। ସେ ତାଙ୍କର ପିଲାଦିନର ଏକ ଘଟଣା ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

କିଛି ବର୍ଷ ତଳେ ତାଙ୍କ ପାଇଁ ବାପା ବୋନି କପୁର ଘରର ଝରକାରେ ଗ୍ରିଲ୍ ଲଗାଇ ଦେଇଥିଲେ ବୋଲି କହିଛନ୍ତି ଜାହ୍ନବୀ। ତାଙ୍କ ନିଜ ଭାଷାରେ, ‘ଦିନକର କଥା। ମୁଁ ଜଣେ ପୁଅସାଙ୍ଗଙ୍କୁ ନିଜ ରୁମ୍‌କୁ ଡାକିଥିଲି। ହେଲେ ସେ କବାଟ ବାଟ ଦେଇ ବାହାରକୁ ଯାଆନ୍ତୁ ବୋଲି ମୁଁ ଚାହୁଁ ନଥିଲି। ତେଣୁ ତାଙ୍କୁ ଝରକା ବାଟେ ତଳକୁ ଡେଇଁ ପଳାଇବାକୁ କହିଥିଲି। ତଳେ ମୋର କାର୍ ପାର୍କ ହୋଇଥିବା ବେଳେ ସେ କାର୍ ଉପରକୁ ଡେଇଁପଡ଼ିଥିଲେ। ହେଲେ ଏସବୁ କରୁଥିବା ବେଳେ ଘରେ ସିସିଟିଭି ଲାଗିଛି ବୋଲି ମୁଁ ଭୁଲିଯାଇଥିଲି। ସିସିଟିଭିରେ ବାପା ମୋ କାମ ଦେଖି‌ ରାଗରେ ଏସବୁ କ’ଣ ଚାଲିଛି ବୋଲି ମତେ ପଚାରିଥିଲେ। ଏହା ପରେ ସେ ମୋ ରୁମ୍‌ ଝରକାରେ ଗ୍ରିଲ ଲଗାଇ ଦେଇଥିଲେ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button