ମନୋରଞ୍ଜନ

ଦୀପିକାଙ୍କ ପୂର୍ବରୁ ଯାହା ପ୍ରେମରେ ପାଗଳ ଥିଲେ ରଣବୀର ସେ ଏବେ ଅଟନ୍ତି ଗୋଟିଏ ପିଲାର ମା, ଏହି କାରଣରୁ ହୋଇଥିଲା ବ୍ରେକଅପ

ବଲିଉଡ ଅଭିନେତା ରଣବିର ସିଂହ ଏହି କିଛି ଦିନ ହେବ ନିଜର ୩୫ ତମ ଜନ୍ମ ଦିନ ପାଳନ କରିଥିଲେ । ବଲିଉଡରେ ରଣବିରଙ୍କର ଲୋକ ପ୍ରିୟତା ଓ ନାମ ବହୁତ ଅଧିକ । କାରଣ ସେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରିଛନ୍ତି । ରଣବିରଙ୍କ ଅଧିକାଂଶ ଫିଲ୍ମରେ ଦୀପିକା ଅଛନ୍ତି । ବର୍ତ୍ତମାନ ରଣବିର ଦୀପିକାଙ୍କ ସହ ବିବାହ କରି ବହୁତ ଖୁସିରେ ରହିଛନ୍ତି ।

ହେଲେ ଦୀପିକାଙ୍କ ପୂର୍ବରୁ ରଣବିର ଏକ ଝିଅ ପଛରେ ପାଗଳ ହୋଇଥିଲେ । ହେଲେ ବର୍ତ୍ତମାନ ସେହି ଝିଅଟି ବିବାହ କରି ଗୋଟେ ଛୁଆର ମା ହୋଇସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଝିଅ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ରଣବିର କାହା ପଛରେ ଏତେ ପାଗଳ ଥିଲେ ।

ଦୀପିକା ଓ ଅନୁଷ୍କାଙ୍କ ପୂର୍ବରୁ ରଣବିର ଅନ୍ୟ ଏକ ଝିଅ ପଛରେ ପାଗଳ ଥିଲେ । ଏହି କଥା ବହୁତ କମ ଲୋକ ଜାଣିଛନ୍ତି । ସେହି ଝିଅଟି ହେଉଛି ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ସାନ ଝିଅ ଆହାନା ଦେଓଲ । କଲେଜ ସମୟରେ ରଣବିର ଓ ଆହାନାଙ୍କ ଅଫେୟାର ଆରମ୍ଭ ହୋଇଯାଇଥିଲା । ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।


କାରଣ ଏମାନଙ୍କ ମଝିରେ ଆଦିତ୍ୟ ରୟ କପୁର ଆସିଯାଇଥିଲେ । ରଣବିରଙ୍କୁ କିଛି ଦିନ ପର୍ଯ୍ୟନ୍ତ ଡେଟ କରିବା ପରେ ଆହାନା ଆଦିତ୍ୟ ରୟ କପୁରଙ୍କୁ ଡେଟ କରିଥିଲେ । ଯାହାଫଳରେ ରଣବୀର ଓ ଆହାନାଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା । ରଣବିର ତାଙ୍କର ଏହି ପ୍ରେମ ବିଷୟରେ ମଧ୍ୟ ଖୁଲାସା କରିଥିଲେ ।


ରଣବିରଙ୍କ ଅନୁସାରେ କଲେଜରେ ଆଦିତ୍ୟ ବହୁତ ଫେମସ ଥିଲେ । ସବୁ ଝିଅ ଆଦିତ୍ୟଙ୍କ ବିଷୟରେ ଭାବୁଥିଲେ । ସେହି ସମୟରେ ମୁ ମଧ୍ୟ ଏକ ଝିଅ ପଛରେ ପାଗଳ ଥିଲି, ହେଲେ ବର୍ତ୍ତମାନ ସେ ଏକ ଛୁଆର ମା ଅଟେ । ମୁ ସେହି ଝିଅ ପଛରେ ୪-୫ ବର୍ଷ ପାଗଳ ଥିଲି । ହେଲେ ସେ ମୋ ସହ ବ୍ରେକ ଅପ୍ କରିଦେଇଥିଲା । ସେ ଆଦିତ୍ୟ ପାଇଁ ଏହା କରିଥିଲା ।

ଆଦିତ୍ୟଙ୍କ ସହ ବ୍ରେକ ଅପ୍ କରି ବୈଧବଙ୍କ ସହ କରିଲେ ବିବାହ


ଆହାନା ଦେଓଲ ଆଦିତ୍ୟଙ୍କ ସହ ବ୍ରେକ ଅପ୍ କରି ବୈଧବ ବୋହୋରାଙ୍କ ସହ ୨ ଫେବୃୟାରି ୨୦୧୪ରେ ବିବାହ କରିଥିଲେ । ତାଙ୍କର ଏକ ପୁଅ ମଧ୍ୟ ଅଛି । ଆହାନାଙ୍କ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିଲେ ମଧ୍ୟ ଆହାନା ଲାଇମ ଲାଇଟରୁ ଦୂରରେ ରହୁଥିଲେ । ବର୍ତ୍ତମାନ ସେ ନିଜ ପରିବାର ଲୋକଙ୍କ ସହ ସମୟ ବିତାଉ ଛନ୍ତି । ରଣବିରଙ୍କ ସହ ବଲିଉଡର ଅନ୍ୟ ଅଭିନେତ୍ରୀ ମାନଙ୍କ ନାମ ମଧ୍ୟ ଯୋଡା ହୋଇଥିଲା । ହେଲେ ରଣବିର ଦୀପିକାଙ୍କୁ ପ୍ରେମ ବିବାହ କରିଥିଲେ । ବର୍ତ୍ତମାନ ସେମାନେ ମଧ୍ୟ ବହୁତ ଖୁସି ଓ ଆନନ୍ଦରେ ରହୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button