ପ୍ରୀତମ୍-ଅସଦ୍ ଯୋଡ଼ି ସଲାମତ୍ – Kalinga News

[ad_1]
ପ୍ରଯୋଜନା କ୍ଷେତ୍ରରେ ଏବେ ଓଲିଉଡ୍ରେ କୁମାର ପ୍ରୀତମ ସାହୁ ଏକ ପରିଚିତ ନାମ। ଯୁବ ପ୍ରଯୋଜକ ପ୍ରୀତମ ଇତିମଧ୍ୟରେ ୪ଟି ଓଡ଼ିଆ ଛବି ନିର୍ମାଣ କରିସାରିଲେଣି। ତାଙ୍କ ପ୍ରଯୋଜିତ ପ୍ରଥମ ସିନେମା ଥିଲା ‘ଶେଷ ରାତି’। ତା’ପରେ ସେ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର୍’, ‘କଟକ-ଶେଷରୁ ଆରମ୍ଭ’ ଓ ‘ଚନ୍ଦ୍ରବଂଶୀ’ର ପ୍ରଯୋଜନା କରିଛନ୍ତି। ନିଜର ପ୍ରତିଟି ସିନେମାରେ ସେ ଷ୍ଟାର୍କାଷ୍ଟ ଓ ନିର୍ଦ୍ଦେଶକ ବଦଳାଇଛନ୍ତି। ପ୍ରଯୋଜକ ପ୍ରୀତମ ‘ଶେଷ ରାତି’ରେ ଅମରେଶ ପତିଙ୍କୁ ନିର୍ଦ୍ଦେଶନା ଦାୟିତ୍ବ ଦେଇଥିଲା ବେଳେ ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର୍’ରେ ଅଶୋକ ପତି ଓ ‘କଟକ-ଶେଷରୁ ଆରମ୍ଭ’ରେ ସୁଧାଂଶୁ ମୋହନ ସାହୁଙ୍କୁ ନିର୍ଦ୍ଦେଶନା ଦାୟିତ୍ବ ପ୍ରଦାନ କରିଥିଲେ। ଏବେ ‘ଚନ୍ଦ୍ରବଂଶୀ’ରେ ନୂଆ ନିର୍ଦ୍ଦେଶକ ୟଶ୍-ସୁନୀଲଙ୍କୁ ପ୍ରଥମ ସୁଯୋଗ ଦେଇଛନ୍ତି ପ୍ରୀତମ। କିନ୍ତୁ ସେ ନିଜ ଫିଲ୍ମର ସଙ୍ଗୀତକାରଙ୍କୁ ଏଯାଏ ବଦଳାଇନାହାନ୍ତି। ଏଯାଏ ତାଙ୍କର ସବୁ ସିନେମାରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ଅସଦ୍ ନିଜାମଙ୍କୁ ନେଇଛନ୍ତି। ଏବେ ଚତୁର୍ଥ ଫିଲ୍ମ ‘ଚନ୍ଦ୍ରବଂଶୀ’ରେ ବି ପ୍ରଯୋଜକ ପ୍ରୀତମ ସଙ୍ଗୀତକାର ଅସଦ୍ ନିଜାମଙ୍କୁ ପୁଣି ରିପିଟ୍ କରିଛନ୍ତି। ଅର୍ଥାତ୍ ପ୍ରୀତମ-ଅସଦଙ୍କ ଯୋଡ଼ି ଏଯାଏ ଭାଙ୍ଗିନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ପ୍ରଯୋଜକ ପ୍ରୀତମ କହନ୍ତି, ‘‘ମୁଁ ସିନେମା ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଅସଦ୍ ନିଜାମ୍ ଓଲିଉଡ୍ରେ ବିଶେଷ ନାଆଁ କରିନଥାନ୍ତି। କିନ୍ତୁ ତାଙ୍କ ଭିତରେ ଥିବା ପ୍ରତିଭାର ସଦୁପଯୋଗ କରିବା ଲାଗି ତାଙ୍କୁ ପ୍ରଥମେ ‘ଶେଷ ରାତି’ରେ ସୁଯୋଗ ଦେଇଥିଲି। ଏଥିରେ ସେ ମୋତେ ନିରାଶ କରି ନଥିଲେ। ତା’ପରେ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର୍’ରେ ଅସଦଙ୍କ ସଙ୍ଗୀତ ବେଶ୍ ଲୋକପ୍ରିୟ ହେଲା। ଏଣୁ ପରବର୍ତ୍ତୀ ଦୁଇଟି ଛବିରେ ବି ତାଙ୍କୁ ନେଇଛି। ଏହାର ଅର୍ଥ ନୁହେଁ ଯେ ଆଗାମୀ ଦିନରେ ବି ତାଙ୍କୁ ମୋର ସବୁ ସିନେମାରେ ସଙ୍ଗୀତ ନିର୍ଦ୍ଦେଶକ କରିବି। ଅନ୍ୟ ଯୁବ ସଙ୍ଗୀତକାରଙ୍କୁ ବି ସୁଯୋଗ ଦେଇପାରେ।’’
[ad_2]