ମନୋରଞ୍ଜନ

ପ୍ରଥମେ ବାପା ହୋଇଥିଲେ, ପରେ ବିବାହ କରିଥିଲେ ରେମୋ ଡି’ସୁଜା – Kalinga News

[ad_1]

ମୁମ୍ବାଇ: ବିବାହ ପୂର୍ବରୁ ବାପା ବନିଥିଲେ ବଲିଉଡ୍‌ର ଖ୍ୟାତନାମା ନୃତ୍ୟ ସଂଯୋଜକ ଓ ନିର୍ଦେଶକ ରେମୋ ଡି’ସୁଜା। ଏକ ସାକ୍ଷାତକାରରେ ଏଭଳି ଖୁଲାସା କରିଛନ୍ତି ରେମୋ ଓ ତାଙ୍କ ପତ୍ନୀ ଲିଜେଲ୍। ଦୁହେଁ ପରସ୍ପରର ପ୍ରେମରେ ପଡ଼ିବାର ବର୍ଷକ ପରେ ରେମୋ ବାପା ହୋଇଥିଲେ ବୋଲି କହିଛନ୍ତି। ସେତେବେଳେ ରେମୋଙ୍କୁ ୨୫ବର୍ଷ ବୟସ ଓ ଲିଜେଲଙ୍କୁ ୨୧ବର୍ଷ ବୟସ ହୋଇଥିଲା। କମ ବୟସରୁ ଦୁହେଁ ମାତାପିତା ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ହାସ୍ୟ କଳାକାର ଭାରତୀ ସିଂହ ଓ ହର୍ଷ ଲିମ୍ବାଚିଆଙ୍କ ପଡ଼କାଷ୍ଟରେ ‌ଯୋଗ ଦେଇ ଦମ୍ପତି ଏହି ଖୁଲାସା କରିଥିଲେ। ଲିଜେଲ କହିଥିଲେ ଯେ, ୨୦ବର୍ଷ ବୟସ ହୋଇଥିବା ବେଳେ ମୁଁ ରେମୋଙ୍କ ପ୍ରେମରେ ପଡ଼ିଥିଲି ଏବଂ ୨୧ବର୍ଷ ବୟସ ହୋଇଥିବା ବେଳେ ମା’ ବନିଥିଲି। ମା’ ହେବା ପରେ ବିବାହ ପାଇଁ ମୋତେ କୁହାଯାଇଥିବା ବେଳେ ମୁଁ ବିବାହ ପାଇଁ ପ୍ରସ୍ତୁତ ନଥିବା କହିଥିଲି। ଏହା ପରେ ପୁଅର ବାପଟିଜିମ୍ ପାଇଁ ମାତାପିତା ବିବାହିତ ହେବା ଜରୁରୀ ଥିଲା। ତେଣୁ ମା’ ହେବାର କିଛି ମାସ ପରେ ଯାଇ ଆମେ ଦୁହେଁ ବିବାହ କରିଥିଲୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button