ଅଭିନୟ ପ୍ରେମରେ ଶୁଭଶ୍ରୀ – Kalinga News

[ad_1]
ମେଗାଧାରାବାହିକ ‘ଅପରାଜିତା’ରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେବା ପରେ ଏବେ ଚର୍ଚ୍ଚାରେ ଶୁଭଶ୍ରୀ। ନୃତ୍ୟଶିଳ୍ପୀରୁ ଅଭିନେତ୍ରୀ ବନିଥିବା ଶୁଭ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବା ଲାଗି ପ୍ରସ୍ତୁତ ହେଉଛନ୍ତି। ବାପା ଚାହୁଁଥିଲେ ଝିଅ ଅଧ୍ୟାପିକା ହେଉ। ହେଲେ ଝିଅ ନିଜ ପ୍ରଚେଷ୍ଟାରେ ବନିଗଲେ ଛୋଟପରଦାର ନାୟିକା। ଯଦିଓ ତାଙ୍କର ପାଠପଢ଼ା ଚାଲିଛି, କିନ୍ତୁ ଅଭିନୟ ପାଲିଟିଛି ପ୍ରଥମ ପ୍ରେମ। ଇଏ ହେଉଛି ସିଦ୍ଧାର୍ଥ ଟିଭିରେ ପ୍ରସାରିତ ମେଗାଧାରାବାହିକ ‘ଅପରାଜିତା’ରେ ନାୟିକା ଭୂମିକାରେ ନଜର ଆସିଥିବା ଶୁଭଶ୍ରୀଙ୍କ କାହାଣୀ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୮ରେ ରିଆଲିଟି ସୋ’ ‘ରଜ କୁଇନ୍’ର ବିଜୟିନୀ ହେବା ପରେ ଶୁଭଶ୍ରୀ ‘ଅପରାଜିତା’ ଧାରାବାହିକର ନାୟିକା ଭୂମିକାରେ ଅଭିନୟ କରିଛନ୍ତି
ଶୁଭଶ୍ରୀ ପିଲାଟି ଦିନରୁ କଥକ ଓ ଓଡ଼ିଶୀ ନୃତ୍ୟ ଶିକ୍ଷା କରିବା ସହ ରାଜ୍ୟ ଓ ରାଜ୍ୟ ବାହାରେ ନିଜର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ୨୦୧୮ରେ ଜୀ ସାର୍ଥକର ରିଆଲିଟି ସୋ’ ‘ରଜ କୁଇନ୍’ର ବିଜୟିନୀ ହୋଇଥିଲେ। ଏହାପରେ ଥରେ ସେ ଅଭିନୟର ଆକର୍ଷଣ ଏଡ଼ାଇ ନପାରି ସିଦ୍ଧାର୍ଥ ଟିଭିରେ ଅଡିସନ୍ ଦେବାକୁ ଯାଇଥିଲେ। ସେଠାରେ ତାଙ୍କୁ ‘ଅପରାଜିତା’ରେ ନାୟିକା ଭୂମିକା ଲାଗି ମନୋନୀତ କରାଯାଇଥିଲା। ବାସ୍! ତା’ପରେ ଶୁଭଶ୍ରୀ ପ୍ରାୟ ଅଢ଼େଇ ବର୍ଷ ଧରି ‘ଅପରାଜିତା’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଇତି ମଧ୍ୟରେ ସେ ‘ହାଏ ହାଏ ତୋ ବିନ୍ଦିଆ…’ ଓ ‘ତୋ ଧଡକନ୍ ମୋ ଛାତିରେ..’ ଭଳି ମ୍ୟୁଜିକ୍ ଭିଡିଓରେ ବି ନଜର ଆସିଛନ୍ତି। ତେବେ ମ୍ୟୁଜିକ୍ ଭିଡିଓ ତାଙ୍କର ପସନ୍ଦ ନୁହେଁ ବୋଲି ଶୁଭଶ୍ରୀ କହିଛନ୍ତି।
ଆଗକୁ ଓଡ଼ିଆ ସିନେମାରେ କାମ କରିବା ତାଙ୍କର ଇଚ୍ଛା। ବାପା ରାମଶଙ୍କର ଜେନା ଓ ଦାଦା ଶିବଶଙ୍କର ଜେନା ତାଙ୍କର ପ୍ରେରଣା ବୋଲି ସେ କହନ୍ତି। ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ବର ଅଞ୍ଚଳର ଶୁଭଶ୍ରୀ ସଂପ୍ରତି ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ସାଇକୋଲୋଜିରେ ପିଜି କରୁଛନ୍ତି। ଭବିଷ୍ୟତ ଯୋଜନା ସଂପର୍କରେ ଶୁଭଶ୍ରୀ କହନ୍ତି, ‘‘ଯେଉଁ କ୍ଷେତ୍ରରେ ବି ଗଲେ ଆଉ ଅଭିନୟକୁ ଛାଡ଼ି ପାରିବିନି।’’
[ad_2]




