ମନୋରଞ୍ଜନ

ଆକାଶରେ ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯୋଦ୍ଧା’ର ପୋଷ୍ଟର – Kalinga News

[ad_1]

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯୋଦ୍ଧା’ ପାଇଁ ସିଦ୍ଧାର୍ଥ ମଲହୋତ୍ରା ଚର୍ଚ୍ଚାରେ ରହିଛନ୍ତି। ଏହି କ୍ରମରେ ତାଙ୍କ ସିନେମାର ପୋଷ୍ଟର ଏକ ନୂଆ ଶୈଳୀରେ ରିଲିଜ ହୋଇଛି। ଯାହାକୁ ଦର୍ଶକ ବି ଖୁବ ପସନ୍ଦ କରୁଛନ୍ତି।

ସିନେମା ପୋଷ୍ଟର ରିଲିଜର ଏକ ଭିଡିଓ ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଆକାଶରୁ ‘ଯୋଦ୍ଧା’ ସିନେମାର ପୋଷ୍ଟର ରିଲିଜ ହୋଇଥିବା ଦେଖିବାକୁ ମିଳୁଛି। ଏହାକୁ ୧୩ହଜାର ଫୁଟ ଉଚ୍ଚରେ ଦୁବାଇରେ ଲଞ୍ଚ୍ କରାଯାଇଥିବା ଜଣାପଡ଼ିଛି।

ଭିଡିଓରେ ଦେଖିବାକୁ ମିଳୁଛି କିଛି ଲୋକ ପୋଷ୍ଟର ଧରି ବିମାନ ଭିତରକୁ ଯାଉଛନ୍ତି। ଏହାପରେ ପୋଷ୍ଟର ସହିତ ବିମାନରୁ ଡେଇଁପଡୁଛନ୍ତି। ଏହି ପୋଷ୍ଟର ‘ଯୋଦ୍ଧା’ ସିନେମାର ଥିବା ବେଳେ ଏଥିରେ ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳୁଛି।

ଆସନ୍ତା ଫେବ୍ରୁଆରି ୧୯ରେ ସିନେମାର ଟିଜର ରିଲିଜ ହେବାକୁ ଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୧୫ ରେ ସିନେମା ‘ଯୋଦ୍ଧା’ ରିଲିଜ ହେବ । ପୁଷ୍କର ଓଝା ଏବଂ ସାଗର ଆମ୍ବରେ ମିଳିତ ଉଦ୍ୟମରେ ଏହି ଫିଲ୍ମକୁ ପ୍ରସ୍ତୁତ କରିଥିବା ବେଳେ କରଣ ଜୋହର ଏହାର ନିର୍ମାତା ରହିଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ ଦିଶା ପାଟାନି ଏବଂ ରାଶି ଖାନ୍ନା ପ୍ରଥମ ଥର ପାଇଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏଥିସହ ଫିଲ୍ମରେ ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button