ଅପରାଧ

ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ସମ୍ପର୍କିତ ତଥ୍ୟ ଆତଙ୍କବାଦୀଙ୍କୁ ଲିକ୍‌ କରିବା ଅଭିଯୋଗରେ ୩ ଗିରଫ – Kalinga News

[ad_1]

ଶ୍ରୀନଗର: ଗୁଇନ୍ଦା ସୂଚନା ଆଧାରରେ ବାରାମୁଲା ପୁଲିସ ଓ ସୁରକ୍ଷାବାହିନୀ ଓଲ୍‌ଡ ଟାଉନ୍‌ ବାରାମୁଲାରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୩ଟି ଗ୍ରେନେଡ୍‌ ମଧ୍ୟ ଜବତ କରାଯାଇଛି।

ଅଭିଯୁକ୍ତଙ୍କୁ ଗିରଫ କରିବା ବିଷୟରେ ସୂଚନା ଦେଇ ବାରାମୁଲା ପୁଲିସ ଏକ୍ସରେ କହିିଛି, ଓଲ୍‌ଡ ଟାଉନ୍‌ ବାରାମୁଲା-ପୁଲିସ ଲସ୍କର ସଂଗଠନର ୩ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି, ଓ ସେମାନଙ୍କ ଠାରୁ ଗ୍ରେନେଡ୍‌ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ଓବେସ୍‌ ଅହମ୍ମଦ ୱାଜା, ବାସିତ ଫୟାଜ୍‌ କାଲୁ ଓ ଫହିମ୍‌ ଅହମ୍ମଦ ମୀର ନାମକ ଏହି ଅଭିଯୁକ୍ତମାନେ ଆତଙ୍କବାଦୀଙ୍କୁ ସହଯୋଗ କରିବା ସହ ସୁରକ୍ଷା ବାହିନୀର ଗତିବିଧି ସମ୍ପର୍କରେ ଆତଙ୍କବାଦୀମାନଙ୍କୁ ସୂଚନା ଦେଉଥିଲେ।

ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବାରାମୁଲାରେ ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୁଲିସ କହିଛି। ଏହି ତିନି ଜଣଙ୍କ ସମ୍ପୃକ୍ତି ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପୁଲିସ କହିଛି।

ଅଭିଯୁକ୍ତଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।

ଗତ ବର୍ଷ ନଭେମ୍ବରରେ ବାରାମୁଲା ପୁଲିସ ଲସ୍କର-ଇ-ତୋଏବା ସହ ଜଡ଼ିତ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button