ହାତଗୋଡ଼ ବାନ୍ଧି ବ୍ୟବସାୟୀଙ୍କୁ ନିଜ କାର୍ରେ ଅପହରଣ କଲେ ଦୁର୍ବୃତ୍ତ – Kalinga News
[ad_1]
ବଲାଭଗଡ଼: ବଲାଭଗଡରେ ଦେଖିବାକୁ ମିଳିଛି ଏକ ଅଶ୍ଚର୍ଯ୍ୟ କରିବା ପରି ଘଟଣା। ସଂପୃକ୍ତ ଅଞ୍ଚଳର ଜଣେ ବ୍ୟବସାୟୀ (ହରିୟାଣାର ଫରିଦାବାଦ ସହର ନିକଟସ୍ଥ ସହର)ଙ୍କୁ ତାଙ୍କ ନିଜ କାର୍ରେ ଅପହରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ସୂଚନା ମୁତାବକ, ଦୁର୍ବୃତ୍ତମାନେ ବ୍ୟବସାୟୀ ଜଣଙ୍କୁ ତାଙ୍କରି ହିଁ ସ୍କର୍ପିଓ କାର୍ରେ ବସାଇ ଗ୍ରେଟର ନୋଏଡାକୁ ଅପହରଣ କରି ନେଇ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସବିଶେଷ ତଥ୍ୟ ଅନୁଯାୟୀ, ଅଭିଯୁକ୍ତ ବ୍ୟବସାୟୀଙ୍କ ହାତ ଓ ଗୋଡକୁ ବାନ୍ଧି ଦେଇ ତାଙ୍କ ସ୍କର୍ପିଓରେ ଅପହରଣ କରି ନେଉଥିଲେ ଦୁବୃର୍ତ୍ତ। ମାତ୍ର ପୁଲିସ ଦେଖିବା ମାତ୍ରକେ ସେମାନେ ବ୍ୟବସାୟୀଙ୍କୁ ସେହି କାର୍ ଭିତରେ ଛାଡ଼ି ପଳାଇ ଯାଇଥିଲେ।
ଏହି ଘଟଣାଟି ଗ୍ରେଟର ନୋଏଡା ପୁଲିସକୁ ଜଣାଯିବା ପରେ ପୁଲିସ୍ ତଦନ୍ତ ଅରମ୍ଭ କରିଥିଲା। ଦୁର୍ବୃତ୍ତମାନେ କାରକୁ ଡିଭାଇଡର୍ ଭିତରକୁ ନେଇଯିବା ପରେ ପୁଲିସ୍କୁ ଦେଖି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ୍ ବ୍ୟବସାୟୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି, ଯେଉଁଠାରେ ସେ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
[ad_2]