ଆଗ ଥଇଥାନ, ପରେ ଉଚ୍ଛେଦ: ଅପରାଜିତା – Kalinga News

[ad_1]
ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ମିଳିବ: ପ୍ରିୟଦର୍ଶୀ
ଚନ୍ଦ୍ରଶେଖରପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି ଅଛନ୍ତି। ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି। ଭାରତର ଏମିତି ବିକାଶ ଦେଖି ଆଜି ସାରା ବିଶ୍ୱ ମଧ୍ୟ ଚକିତ ହୋଇଯାଇଛି। ଗରିବ, ମହିଳା ଓ ଦଳିତଙ୍କ ପାଇଁ ଅନେକ ଯୋଜନା ହୋଇଛି। ମାତ୍ର ଓଡ଼ିଶାରେ ତାହା ପ୍ରତିଫଳିତ ହେଉନାହିଁ। ୫୦ ବର୍ଷ ଧରି ଏଠାରେ କଂଗ୍ରେସ ଶାସନ କରିଥିଲା। ୨୫ବର୍ଷ ଧରି ବିଜେଡି ଶାସନ କରୁଛି। ତା’ପରେ ଓଡ଼ିଶା ଏବେ କେଉଁ ସ୍ଥିତିରେ ରହିଛି ତାହା ଆପଣମାନେ ଦେଖୁଛନ୍ତି। ଭ୍ରଷ୍ଟାଚାର ଓ ବେରୋଜଗାର ବଢ଼ୁଛି। ଓଡ଼ିଶା ଏକ ସାଂସ୍କୃତିକ ସ୍ଥାନ, ପ୍ରାକୃତିକ ଉପାଦାନରେ ଭରପୂର। ପର୍ଯ୍ୟଟନର ଅପୂର୍ବ ସମ୍ଭାର ରହିଥିଲେ ମଧ୍ୟ ବିଜେଡି ସରକାର ତାହାର ବିକାଶ କରିପାରି ନାହିଁ। ଓଡ଼ିଶାର ବିକାଶ ପାଇଁ ଗତ ୧୦ ବର୍ଷରେ ମୋଦୀ ସରକାର ୧୮ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ମାତ୍ର ବିଜେଡି ସରକାର ବିକାଶରେ ବାଧକ ସାଜିଛି। ଏବେ ପରିବର୍ତ୍ତନର ସମୟ ଆସିଛି। ଓଡ଼ିଶାକୁ ଆଗକୁ ନେବାକୁ ହେଲେ ବିଜେପି ସରକାରର ଆବଶ୍ୟକ। ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲିଆସାହିଠାରେ ଅନୁଷ୍ଠିତ ‘ଆଶୀର୍ବାଦ ସମ୍ମିଳନୀ’କୁ ସମ୍ବୋଧିତ କରି ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳିନୀ ଏଭଳି ଆହ୍ବାନ ଦେଇଛନ୍ତି। ‘ରାଧେ ରାଧେ’ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ହେମା ମାଳିନୀ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସ୍ମରଣ କରି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ଠିକ ପ୍ରଚାର କରିବାରେ ବିଜେଡି ସରକାର ବିଫଳ ହୋଇଥିବା ଅଭିଯୋଗ କରିବା ସହ ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ବାନ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ଭ୍ରଷ୍ଟାଚାର ଓ ବେରୋଜଗାର ବଢ଼ୁଛି: ହେମାମାଳିନୀ
ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଯୋଗଦେଇ କହିଲେ, ଭାଷଣ କମ୍ ଦେବା ଓ କାମ ଅଧିକ କରିବାର ସମୟ ଆସିଛି। ବିଜେପି ସରକାରକୁ ଆସିଲେ ବସ୍ତିବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ୍ର ଜମି ଯୋଗାଇ ଦିଆଯିବ। ବିଜେଡି ଯେମିତି ଭୁଲ୍ ପଟ୍ଟା ଦେଇ ଲୋକଙ୍କୁ ଠକିଛି, ସେଭଳି କରାଯିବ ନାହିଁ। ପଟ୍ଟାରେ ସମସ୍ତଙ୍କ ଦସ୍ତଖତ ସହ ପ୍ଲଟ ଓ ଖାତା ନମ୍ବର ଉଲ୍ଲେଖ ରହିବ। ବସ୍ତିବାସିନ୍ଦା ହୁଅନ୍ତୁ ଅଥବା ଉଠାଦୋକାନୀ, ପ୍ରଥମେ ଥଇଥାନ କରାଯିବ। ଏହାପରେ ଯାଇ ଉଚ୍ଛେଦ କଥା ଚିନ୍ତା କରାଯିବ ବୋଲି ସେ କହିଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ କହିଲେ, ବିଜେଡି ସରକାର ସବୁବେଳେ ବସ୍ତିବାସିନ୍ଦାଙ୍କୁ ଅଣଦେଖା କରିଆସିଛି। ସାଲିଆସାହି ଲୋକଙ୍କ ଉନ୍ନତି କରିପାରି ନାହିଁ। ୨୦୧୪ରୁ ୨୦୧୯ ମଧ୍ୟରେ ଯେଉଁଭଳି ବିକାଶ ହୋଇଥିଲା ତାହା ଏବେ ଦେଖିବାକୁ ମିଳୁନାହିଁ। ବିଜେପି ସରକାର ଆସିଲେ ଏଠାକାର ପ୍ରତି ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବ। ଲୋକଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଥିଲେ।
[ad_2]




