ମନୋରଞ୍ଜନ

ଶନିବାର ହେବ ଅସ୍ତ୍ରୋପଚରା, କାନ୍ଦି କାନ୍ଦି ପୁଣି ଫେରିବି ବୋଲି କହିଲେ ରାଖି – Kalinga News

[ad_1]

ନୂଆଦିଲ୍ଲୀ: ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରୁଥିବା ରାଖି ସାୱନ୍ତ ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ। ନିଜ ପୂର୍ବ ଦ୍ବିତୀୟ ସ୍ବାମୀଙ୍କ ସହ ତାଙ୍କ ବିବାଦକୁ ନେଇ ଗତ କିଛି ମାସ ହେବ ଚର୍ଚ୍ଚାରେ ରହିଥିବା ରାଖି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗର୍ଭାଶୟରେ ୧୦ସେଣ୍ଟିମିଟରର ଟ୍ୟୁମର ହୋଇଥିବାରୁ ସେ ଏବେ ଡାକ୍ତରଖାନାରେ। ପ୍ରଥମେ କର୍କଟ ହୋଇଥିବା ନେଇ ଡାକ୍ତର ସନ୍ଦେହ କରୁଥିବା ବେଳେ ଏବେ କର୍କଟ ହୋଇନଥିବା ସ୍ପଷ୍ଟ ହୋଇଛି। ହେଲେ ଟ୍ୟୁମର ଥିବାରୁ ଶନିବାର ଏହାର ଅସ୍ତ୍ରୋପଚରା ହେବ ବୋଲି କହିଛନ୍ତି ରାଖି।

ସେ କହିଛନ୍ତି ‌ଯେ, “ମୁଁ ଖୁବ୍ ଶୀଘ୍ର ଭଲ ହେବି। ମୋର ୧୦ସେମିର ଟ୍ୟୁମର ଅଛି ଏବଂ ଶନିବାର ଦିନ ଅସ୍ତ୍ରୋପଚାର କରାଯିବ। ମୁଁ ମୋର ସ୍ୱାସ୍ଥ୍ୟ ବିଷୟରେ ଅଧିକ କହିବାକୁ କରିବାକୁ ସକ୍ଷମ ନୁହେଁ। କିନ୍ତୁ ରିତେଶ ସମସ୍ତଙ୍କୁ ମୋ ଅବସ୍ଥା ବିଷୟରେ ଅପଡେଟ୍ ଦେବେ। ଅସ୍ତ୍ରୋପଚାର ସରିବା ପରେ ମୁଁ ଟ୍ୟୁମର ଦେଖାଇବି। ମୁଁ ପ୍ରକୃତ ବିବରଣୀ ଜାଣି ନାହିଁ କାରଣ ମୁଁ ଡାକ୍ତର ନୁହେଁ, ମୁଁ ଜଣେ କଳାକାର। ଡାକ୍ତରମାନେ ଏଠାରେ ସର୍ବୋତ୍ତମ ଏବଂ ସେମାନେ ସେମାନଙ୍କର କାର୍ଯ୍ୟ ସଂପୂର୍ଣ୍ଣ ରୂପେ କରୁଛନ୍ତି। ମୁଁ ଜୀବନରେ କେବେବି ହାର ମାନି ନାହିଁ ଏବଂ ପିଲାଦିନରୁ ଅନେକ ବାଧାବିଘ୍ନର ସାମ୍ନା କରିଛି। ମୁଁ ଅପରେସନ୍ ଥିଏଟରରେ ମଧ୍ୟ ଲଢ଼ିବି। ମୁଁ ଜାଣେ ମୋର କିଛି ହେବ ନାହିଁ। କାରଣ ମୋ ପାଖରେ ମୋ ମା’ଙ୍କ ଆଶୀର୍ବାଦ ଅଛି। ସେ ମୋ ସହିତ ଅଛନ୍ତି। ମୁଁ ପୁଣି ଫେରିବି ଆପଣମାନଙ୍କ ମନୋରଞ୍ଜନ କରିବାକୁ। ”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button