କର୍ମଜୀବୀ ମହିଳାଙ୍କୁ ନେଇ ଦେଇଥିବା ବିବୃତି ପାଇଁ କ୍ଷମା ମାଗିଲେ ମୀରା – Kalinga News

[ad_1]
ନୂଆଦିଲ୍ଲୀ: ଅଭିନେତା ସାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ସୋସିଆଲ ମିଡିଆରେ ଖୁବ ସକ୍ରିୟ। ମୀରା ୨୦୧୭ରେ କର୍ମଜୀବୀ ମହିଳାଙ୍କୁ ନେଇ ଏକ ବିବୃତି ଦେଇଥିଲେ। ଯେଉଁ କାରଣରୁ ତାଙ୍କୁ ସେ ସମୟରେ ସମାଲୋଚନାର ଶିକାର ହେବାକୁ ବି ପଡ଼ିଥିଲା। ମୀରା ଉକ୍ତ ପୁରୁଣା ବିବୃତିକୁ ନେଇ ନିକଟରେ ସଫେଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୭ରେ ଏକ କାର୍ଯ୍ୟକ୍ରମ ସମୟରେ ମୀରା ରାଜପୁତ କର୍ମଜୀବୀ ମହିଳାଙ୍କୁ ନେଇ କହିଥିଲେ, ‘ ଯଦି କୌଣସି ମହିଳା ପିଲାଙ୍କ ସହିତ ସମୟ ବିତାଇ ପାରନ୍ତି ନାହିଁ ତେବେ ଜନ୍ମ କାହିଁକି କରନ୍ତି।’
ନିକଟରେ ମୀରା ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ମୁଁ କର୍ମଜୀବୀ ମହିଳାଙ୍କୁ ନେଇ ଦେଇଥିବା ଏକ ବିବୃତି ପାଇଁ କ୍ଷମା ମାଗୁଛି। କର୍ମଜୀବୀ ମହିଳାଙ୍କୁ ନେଇ ମୋର ଏଭଳି ବିବୃତି ଦେବାର ନଥିଲା।’
ମୀରା ରାଜପୁତ ମାତ୍ର ୨୦ବର୍ଷ ବୟସରେ ଅଭିନେତା ସାହିଦ କପୁରଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ସାକ୍ଷାତକାର କରଣ ଜୋହରଙ୍କ ଟକ ସୋ’ ‘କଫି ଉଇଥ କରଣ’ରେ ଥିଲା। ଏହାପରେ ମୀରା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କର୍ମଜୀବୀ ମହିଳାଙ୍କୁ ନେଇ ଆଲୋଚନା କରିଥିଲେ। ଯାହାକୁ ନେଇ ସେସମୟରେ ବିବାଦ ସୃଷ୍ଟି ହୋଇଥିଲା।
[ad_2]




