ଫୋନରେ କଥା ହେଉହେଉ ତଳକୁ ଖସି ପଡ଼ିଲେ ବିମାନ କର୍ମଚାରୀ – Kalinga News

[ad_1]
ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ଭୟାବହ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବିମାନ କର୍ମଚାରୀ ବିମାନରୁ ତଳକୁ ଖସି ପଡୁଥିବାର ଦେଖିବାକୁ ମିଳୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣାଟି ଇଣ୍ଡୋନେସିଆର ଜକାର୍ତ୍ତା ବିମାନବନ୍ଦରରେ ଘଟିଛି। ଏଠାରେ ଟ୍ରାନ୍ସନୁସା ଏୟାରଲାଇନ୍ସର ଏୟାରବସ୍ ଏ୩୨୦ ବିମାନ ରନୱେରେ ଛିଡ଼ା ହୋଇଥିଲା। ଏହି ସମୟରେ ଜଣେ କର୍ମଚାରୀ ଫୋନରେ କଥା ହେଉଥିବା ବେଳେ ବିମାନରୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ବିମାନରେ ଲାଗିଥିବା ସିଡ଼ି ହଟାଯାଉଥିବାର ସେ ଜାଣି ନଥିଲେ।
ଯେମିତି ହିଁ କର୍ମଚାରୀ ଜଣକ ବିମାନରୁ ଓହ୍ଲାଇବାକୁ ଗୋଡ଼ ବାହାର କରିଥିଲେ ଚିତପଟାଙ୍ଗ ହୋଇ ରନୱେ ରାସ୍ତରେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ କର୍ମଚାରୀଙ୍କୁ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉକ୍ତ କର୍ମଚାରୀ ଜଣକ ବିପଦମୁକ୍ତ ଅଛନ୍ତି।
ଅଭିଯୋଗ ପରେ ଏହି ଘଟଣାକୁ କେନ୍ଦ୍ର କରି ଅଧିକାରୀ ଯାଞ୍ଚ ଆରମ୍ଭ କରିଦେବା ସହିତ ଏହା ବିମାନରୁ ଲ୍ୟାଡର ହଟାଇବା ନିୟମର ଉଲ୍ଲଂଘନ ହୋଇଛି ବୋଲି କୁହାଯାଉଛି। କାରଣ ବିମାନ ଦ୍ବାର ବନ୍ଦ ହେଲା ପର୍ଯ୍ୟନ୍ତ ଲ୍ୟାଡର ତାର ସ୍ଥାନରେ ରହିବା ଉଚିତ। ଯାହାଫଳରେ କି ଏଭଳି ଘଟଣା ଘଟିବ ନାହିଁ। କିନ୍ତୁ ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ଅନୁଯାୟୀ ବିମାନ ଦ୍ବାରା ବନ୍ଦ ହୋଇ ନଥିବା ବେଳେ କର୍ମଚାରୀମାନେ ଲ୍ୟାଡରକୁ ଟାଣିଟାଣି ନେଇ ଯାଉଥିଲେ। ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା।
[ad_2]