ଅପରାଧ

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କୁ ଗୁଳି: ଅବସ୍ଥା ସଙ୍କଟାପନ୍ନ, ଭିଡ଼ ଭିତରୁ ଗୁଳି ମାରିଲେ ଯୁବକ – Kalinga News

[ad_1]

ହ୍ୟାଣ୍ଡ୍‌ଲୋଭା (ସ୍ଲୋଭାକିଆ): ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ସୂଚନାନୁସାରେ, ଆଜି କ୍ୟାବିନେଟ୍‌ ବୈଠକ ଶେଷ କରି ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଫେରୁଥିଲେ। ହାଉସ୍‌ ଅଫ୍‌ କଲ୍‌ଚର ସମ୍ମୁଖରେ ହଠାତ୍‌ ଭିଡ଼ ଭିତରୁ ଜଣେ ଯୁବକ ବାହାରି ଆସି ରବର୍ଟଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ସେ ଚାରି ରାଉଣ୍ଡ ଗୁଳି କରିଥିବା ଜଣାଯାଇଛି। ଗୋଟିଏ ଗୁଳି ରବର୍ଟଙ୍କ ପେଟକୁ ବାଜିଥିବା ବେଳେ ଅନ୍ୟଟି ତାଙ୍କ ମୁଣ୍ଡକୁ ବାଜିଛି। ଏହାପରେ ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ହେଲିକପ୍‌ଟର ଯୋଗେ ବାନ୍‌ସ୍କା ବ୍ୟାଷ୍ଟ୍ରିକାର ହସ୍‌ପିଟାଲ୍‌କୁ ନିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ଦେଶର ରାଷ୍ଟ୍ରପତି ଜୁଜାନା କାପୁଟୋଭା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତବର୍ଷ ଅକ୍ଟୋବର ମାସରେ ବିପୁଳ ସମର୍ଥନରେ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ନିର୍ବାଚିତ ହୋଇଥିଲେ। ୟୁକ୍ରେନ୍‌-ରୁଷ ଯୁଦ୍ଧରେ ୟୁରୋପୀୟ ରାଷ୍ଟ୍ରସଂଘକୁ ବିରୋଧ କରି ରୁଷ୍‌କୁ ଅକୁଣ୍ଠିତ ସମର୍ଥନ କରି ବିବାଦୀୟ ହୋଇପଡ଼ିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button