ଦେଶ- ବିଦେଶ

ମେ’ ୩୧ରେ କେରଳ ଛୁଇଁବ ମୌସୁମୀ – Kalinga News

[ad_1]

ନୂଆଦିଲ୍ଲୀ: ତାତିରୁ ତ୍ରାହି ମିଳିବ। ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୩୧ ବେଳକୁ କେରଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିଛି। ମେ’ ୧୯ ତାରିଖ ସୁଦ୍ଧା ମୌସୁମୀ ଆଣ୍ଡାମାନ ନିକୋବର ପହଞ୍ଚିବା ଅନୁମାନ କରାଯାଉଛି। ମୌସୁମୀ ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ପ୍ରବେଶ କରିଥାଏ ଏବଂ ଏଥିରେ ପ୍ରାୟ ୭ ଦିନର ଆଗପଛ ବ୍ୟବଧାନ ହୋଇଥାଏ। ତା’ପରେ ଏହା ଉତ୍ତର ଦିଗକୁ ଅଗ୍ରସର ହୁଏ ଏବଂ ଜୁଲାଇ ୧୫ ବେଳକୁ ସମଗ୍ର ଦେଶକୁ ବ୍ୟାପିଯାଏ । ଆଇଏମଡି କହିଛି ଯେ ଗତ ୧୯ ବର୍ଷ ମଧ୍ୟରେ କେରଳରେ ମୌସୁମୀ ପ୍ରବେଶ ତାରିଖର ପୂର୍ବାନୁମାନ କେବଳ ୨୦୧୫ ବ୍ୟତିତ ଅନ୍ୟ ସବୁ ବର୍ଷ ସଠିକ୍ ପ୍ରମାଣିତ ହୋଇଛି । ଅନ୍ୟପକ୍ଷେ ମେ ୧୬ରୁ ଉତ୍ତର ପଶ୍ଚିମ ଓ ପୂର୍ବ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ପଶ୍ଚିମ ରାଜସ୍ଥାନ, ପଞ୍ଜାବ, ଦକ୍ଷିଣ ହରିୟାଣା ସମେତ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟ ଏବଂ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର କିଛି ଅଂଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button