ଦେଶ- ବିଦେଶ

ସିଏଏ ଅଧୀନରେ ୧୪ ଜଣଙ୍କୁ ମିଳିଲା ପ୍ରଥମ ନାଗରିକତା ପ୍ରମାଣପତ୍ର – Kalinga News

[ad_1]

ନୂଆଦିଲ୍ଲୀ: ସିଏଏ (ନାଗରିକତା ସଂଶୋଧନ ଆଇନ) ଅଧୀନରେ ଆଜି ସରକାର ୧୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସିଏଏ ବିଜ୍ଞପିତ ହେବାର ୨ ମାସ ପରେ ଆଜି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂ୍ଆଦିଲ୍ଲୀରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ନାଗରିକତା ସାର୍ଟିଫିକେଟ ଦେବା ସମୟରେ ଭଲ୍ଲା ଆବେଦନକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ପୋର୍ଟାଲ ମାଧ୍ୟମରେ ନାଗରିକତା ପ୍ରମାଣପତ୍ର ପାଇଁ ଆବେଦନ ହୋଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ପ୍ରମାଣପତ୍ର ମିଳିଛି। ଉଲ୍ଲେଖଯୋଗ୍ୟ, ସିଏଏ ଅଧୀନରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ୬ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରବାସୀମାନେ ସହଜରେ ଭାରତୀୟ ନାଗରିକତା ପାଇପାରିବେ। ନିଜ ରାଷ୍ଟ୍ରରେ ନିର୍ଯାତନାର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଚାଲି ଆସିଥିବା ପ୍ରବାସୀମାନେ ଏହି ଆଇନ ଅଧୀନରେ ଭାରତୀୟ ନାଗରିକତା ପାଇପାରିବେ। ନାଗରିକତା ସାର୍ଟିଫିକେଟ ପାଇଥିବା ଜଣେ ଆବେଦନକାରୀ ଭାବନା କହିଛନ୍ତି, ଆଜି ମତେ ନାଗରିକତା ମିଳିଲା ଏବଂ ମୁଁ ବହୁତ ଖୁସି। ଏବେ ମୁଁ ଆଗକୁ ପାଠ ପଢ଼ିପାୁରିବି। ଭାବନା କହିଛନ୍ତି, ୨୦୧୪ରେ ମୁଁ ଏଠାକୁ ଆସିଥିଲି। ସିଏଏ ଗୃହୀତ ହେବା ସମୟରେ ମୁଁ ଖୁବ୍ ଖୁସିଥିଲି। ପାକିସ୍ତାନରେ ଆମେ ଝିଅମାନେ ପାଠ ପଢ଼ିପାରୁନଥିଲୁ ଏବଂ ବାହାରକୁ ଯାଇ ପାରୁନଥିଲୁ ବୋଲି ସେ କହିଛନ୍ତି। ଭାବନା ଏବେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button