ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ: ଗରା, ବାଲଟି ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା – Kalinga News

[ad_1]
ନରସିଂହପୁର (କେନ୍ୟୁଜ): ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ । ରାଜ୍ୟରେ ପାରଦ ଉପର ମୁହାଁ ହୋଇଥିବା ବେଳେ ତା ସହ ତାଳ ଦେଇ ବଢିବାରେ ଲାଗିଛି ପିଇବା ପାଣିର ସମସ୍ୟା । ଏବେବି ଲୋକେ ଶୁଖିଲା ନଳକୂଅ ନହେଲେ ପୋଖରୀର ଗୋଳିଆ ପାଣି ଉପରେ ଭରସା କରୁଛନ୍ତି । କିଛି ସ୍ଥାନରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଏକଡ଼ାଳ ଗ୍ରାମରେ ତାତିରେ ପିଇବା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ । ବହୁବର୍ଷ ଧରି ପାଣି ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ବିଫଳ ହୋଇଛନ୍ତି ।
ଏପଟେ ଡହ ଡହ ଖରାରେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ ସିଧା ଓହ୍ଲାଇ ଆସିଛନ୍ତି ରାଜରାସ୍ତାକୁ । ରୋଡ୍ ଉପରେ ଗରା, ବାଲଟି ରଖି ଜଣାଇଛନ୍ତି ପ୍ରତିବାଦ । ଏକମାତ୍ର ଜିଦ୍, ପିଇବା ପାଣି ନମିଳିବା ଯାଏ ରାସ୍ତାରୁ ହଟିବୁନି । ଏକଡାଳ ଛକ ନିକଟରେ ରାସ୍ତାରୋକ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
The post ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ: ଗରା, ବାଲଟି ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା appeared first on KNews Odisha.
[ad_2]