ରାଜ୍ୟ

କେବଳ ଖାଦ୍ୟର ସ୍ୱାଦ ନୁହେଁ ବରଂ ହୃଦ୍‌ଘାତ କମ କରିବାରେ ସହାୟକ ହୋଇଥାଏ ନାଲି ଲଙ୍କା

ଲଙ୍କାଗୁଣ୍ଡ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ କିନ୍ତୁ ସ୍ୱାସ୍ଥ୍ୟ କଥା ଉଠିଲେ ଲୋକମାନେ ଏଥିରୁ ଦୂରେଇ ରହିଥାନ୍ତି। ଏକ ରିସର୍ଚ୍ଚ ମୁତାବିକ ଲଙ୍କାଗୁଣ୍ଡ ଆପଣଙ୍କ ବୟସ କମାଇ ନଥାଏ ବରଂ ବଢାଇଥାଏ। ଆଜ୍ଞା ହଁ ଏହି କଥା ବିଲକୁଲ୍‌ ସତ। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଉଥିବା ଲୋକମାନେ ଏହିକଥା ଶୁଣିବା ପରେ ନିଶ୍ଚିନ୍ତ ମନେ ମନେ ଖୁସି ହେଉଥିବେ।

ରିସର୍ଚ୍ଚ ଅନୁଯାୟୀ ଉପସ୍ଥାପନା କରାଯାଇଛି ନାଲି ଲଙ୍କା ଖାଇବା ଦ୍ୱାରା ହାର୍ଟଆଟାକ୍‌ କିମ୍ବା ଷ୍ଟ୍ରୋକ୍‌ ହେବାର ଭୟ ଦୂର ହୋଇଯାଇଥାଏ। ଆମେରିକାନ କଲେଜ ଅଫ୍‌ କାର୍ଡିୟୋଲୋଜି ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଯେଉଁ ଲୋକମାନେ ସପ୍ତାହରେ ଚାରିଥର ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି ସେହି ବ୍ୟକ୍ତିମାନଙ୍କର ହାର୍ଟଆଟାକ୍ର ସମ୍ଭାବନା ୪୦ପ୍ରତିଶତ କମ ହୋଇଥାଏ।

chiliସୂଚନା ଅନୁଯାୟୀ ଏହି ରିପୋର୍ଟ ବୈଜ୍ଞାନିକମାନଙ୍କ ଦ୍ୱାରା ଅନେକ ଲୋକମାନଙ୍କ ଉପରେ ପରୀକ୍ଷଣ କରାଯାଇଛି। ବୈଜ୍ଞାନିକମାନେ ଇଟାଲୀର ମୋଲିସ କ୍ଷେତ୍ରରେ ରହୁଥିବା ୨୨, ୮୧୧ ଜଣ ଲୋକମାନଙ୍କ ଉପରେ ଦୀର୍ଘ ୮ ବର୍ଷ ଧରି ରିସର୍ଚ୍ଚ କରିଥିଲେ। ଏହାପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ନାଲି ଲଙ୍କା ସେବନ କରୁଥିବା ବୟସ୍କ ବ୍ୟକ୍ତିମାନେ ବୟସ ହେବା ପୂର୍ବରୁ ମୃତ୍ୟୁ ହେବାର ସମ୍ଭାବନ କମ ହୋଇଥାଏ। ଏଥିସହ ହୃଦୟ ରୋଗ ସମସ୍ୟା ମଧ୍ୟ ୪୦ ପ୍ରତିଶତ କମ ହୋଇଥାଏ।

୨୦୧୫ରେ ମଧ୍ୟ ଚୀନ ପକ୍ଷରୁ ଏଭଳି ଏକ ଅଧ୍ୟୟନ କରାଯାଇଥିଲା, ଯେଉଁଥିରେ ଏହି କଥା ପ୍ରମାଣିତ ହୋଇଥିଲା ଲଙ୍କାଗୁଣ୍ଡ ବ୍ୟକ୍ତିମାନଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ଭାରତ ବ୍ୟତୀତ ଚୀନରେ ମଧ୍ୟ ନାଲି ଲଙ୍କା ଖାଇବାର ପ୍ରଥା ରହିଛି।

ପେଟର ଚର୍ବି କରିଥାଏ ନାଲି ଲଙ୍କା:

chili-ଲଙ୍କା ଆହୁରି ଅନେକ ସାରା ଫାଇଦା ରହିଛି ଯେପରି ସିଏସଆଇଆର-ସେଣ୍ଟ୍ରାଲ ଫୁଢଡ୍‌ ଟେକ୍ନୋଲୋଜି ଇଷ୍ଟିଚ୍ୟୁଟର ରିସର୍ଚ୍ଚରମାନେ ପ୍ରମାଣିତ କରିଛନ୍ତି ଲଙ୍କା ଶରୀରରେ ପେଟର ଚର୍ବି କମ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ସକ୍ରିୟ ଘଟକ କାପସାଇସିନ୍‌ ଓବେସଟେଟିନ ର ପ୍ରଭାବକୁ ବଢାଇବାର କ୍ଷମତା ରହିଥାଏ, ଯାହା ପେଟକୁ କମ କରିବାରେ ସାହାଯ୍ୟ କରିଥାଏ। ସୂଚନା ଅନୁଯାୟୀ ଓବେସଟେଟୀନ ଏକ ପ୍ରକାର ହର୍ମୋନ ଯାହା ଅତ୍ୟଧିକ ଭୋକ କରିବା ବନ୍ଦ କରିଦେଇଥାଏ। ଏହାବ୍ୟତୀତ ମେଟାବାଲିଜ୍ମକୁ ବଢାଇବାରେ ମଧ୍ୟ ଲଙ୍କା ସାହାଯ୍ୟ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button