ରାଜନୀତି

ସଫେଇ ଦେଲେ ନିର୍ବାଚନ କମିସନ୍: ନେତା ନୁହେଁ, ଦଳଙ୍କୁ ନୋଟିସ୍‌ – Kalinga News

[ad_1]

ଆ‌େମ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛୁ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଆଦର୍ଶ ଆଚରଣ ବିଧି (ଏମ୍‌ସିସି)ର ଭୟଙ୍କର ଭାବେ ଉଲ୍ଲଂଘନ ହେଉଥିଲେ ମଧ୍ୟ ନିର୍ବାଚନ କମିସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଏଭଳି ଅଭିଯୋଗ ଆଣି ବିଭିନ୍ନ ବିରୋଧୀ ଦଳ ନିର୍ବ‌ାଚନ କମିସନଙ୍କୁ ଘେରିଥିବା ବେଳେ ଆଜି ଏହା ଉପରେ ସଫେଇ ଦେଇଛନ୍ତି କମିସନ। ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଏଥର ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୌଣସି ନେତା ଆଚରଣବିଧି ଉଲ୍ଳଂଘନ କଲେ, ସେମାନଙ୍କୁ ବ୍ୟକ୍ତିଗତ ଭାବେ କୈଫିୟତ ତଲବ କରାଯାଉ ନାହିଁ। ଏହା ବଦଳରେ ସଂପୃକ୍ତ ଦଳର ମୁଖ୍ୟମାନଙ୍କୁ ନୋଟିସ ପଠାଯାଉଛି। ଆଚରଣ ବିଧି ଉଲ୍ଳଂଘନ କରୁଥିବା ‌ନେତାମାନଙ୍କ ଆଚରଣ ଉପରେ ଅଙ୍କୁଶ ଲଗାଇବା ହେଉଛି ସଂପୃକ୍ତ ଦଳମାନଙ୍କ କର୍ତ୍ତବ୍ୟ। ତେବେ ନିର୍ବାଚନ ପ୍ରଚାର ବେଳେ ସଂପୃକ୍ତ ନେତାମାନେ ସଂଯମ ଆଚରଣ ପ୍ରଦର୍ଶନ କରିବା ଉଚିତ। ସେମା‌ନେ ଏଭଳି କିଛି କହିବା ବା କରିବା ଉଚିତ ନୁ‌ହେଁ, ଯାହାଦ୍ବାରା ଦେଶର ସାମଜିକ ସନ୍ତୁଳନ କ୍ଷତିଗ୍ର‌ସ୍ତ ହେବ। ଅନ୍ୟପକ୍ଷରେ ସେମାନେ ଆଦର୍ଶଗତ ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି କମିସନ ପରାମର୍ଶ ଦେଇଛନ୍ତି।

ଆଜି ସନ୍ଧ୍ୟା ବେଳେ କମିସନଙ୍କ ପକ୍ଷରୁ ଜାରି ବିବୃତିରେ‌ କୁହାଯାଇଛି ଯେ ଅବଶିଷ୍ଟ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ନେତା ଓ ପ୍ରାର୍ଥୀମାନଙ୍କର ଦାୟିତ୍ବ ହେଉଛି ସେମାନେ ପରିବେଶକୁ କଳୁଷିତ କଲାଭଳି ଆଚରଣ ପ୍ରଦର୍ଶନ କରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ନେଇ ଅଭିଯୋଗ ସତ୍ତ୍ବେ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ‌ଗ୍ରହଣ କରାଯାଉ ନାହିଁ? ଏହାର ଉତ୍ତର ଦେବାକୁ ଯାଇ କମିସନ କହହିଛନ୍ତି ଯେ ଏଥିରେ କୌଣସି ପକ୍ଷପାତିତା କରାଯାଇ ନାହିଁ। ସେମାନଙ୍କ ଆଚରଣ ଲାଗି ସେମାନଙ୍କ ଦଳର ମୁଖ୍ୟମାନଙ୍କୁ ନୋଟିସ ପଠାଯାଇଛି। ସଂପ୍ରଦାୟ, ଜାତି ଓ ଆଞ୍ଚଳିକ ଭାଷାକୁ ଭିତ୍ତି କରି ଦିଆଯାଇଥିବା ବିଭେଦକାରୀ ଭ‌‌ାଷଣ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ପରସ୍ପର ବିରୋଧରେ ‌ଅନେକ ଅଭିଯୋଗ ଆଣିଛନ୍ତି। ଭାରତୀୟ ସମ୍ବିଧାନର ପବିତ୍ରତାକୁ ନଷ୍ଟ କଲା ଭଳି ବିବୃତି ସଂପର୍କରେ ମଧ୍ୟ ଅଭିଯୋଗ ଆସିଛି। ଏସଂପର୍କରେ ସଂପୃକ୍ତ ଦଳମାନଙ୍କୁ କମିସନ ନୋଟିସ ପଠାଇଥିଲେ। ଏହାର ଉତ୍ତର ମଧ୍ୟ ମିଳିଛି। ଉତ୍ତରର ଅନୁଧ୍ୟାନ କରାଯାଉଛି। ଅନୁଧ୍ୟାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆ‌େମ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛୁ
ଉତ୍ତର ମିଳିଛି, ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ

ପରିବର୍ତ୍ତିତ ଆଭିମୁଖ୍ୟ ସଂପର୍କରେ ସଫେଇ ଦେବାକୁ ଯାଇ କମିସନ କହିଛନ୍ତି ଯେ ଆଚରଣବିଧି ଉଲ୍ଳଂଘନ ପାଇଁ ନେତା, ପ୍ରାର୍ଥୀ ଓ ତାରକା ପ୍ରଚାରକ ବ୍ୟକ୍ତିଗତ ଭାବେ ଦାୟୀ ରହିବେ। କିନ୍ତୁ ଏଥିରୁ ସେମାନଙ୍କୁ ବାରଣ କରିବାର ଦାୟିତ୍ବ ହେଉଛି ଦଳମାନଙ୍କର। ନେତା ଓ ପ୍ରାର୍ଥୀମାନେ ଯେପରି ଆଚରଣବିଧିର ପ୍ରତ୍ୟକ୍ଷ ବା ପରୋକ୍ଷ ଉଲ୍ଳଂଘନ ନକରିବେ, ତାହାକୁ ସୁନିଶ୍ଚିତ କରିବା ଦାୟିତ୍ବ ହେଉଛି ଦଳମାନଙ୍କର। ଏସଂପର୍କରେ କମିସନ ପକ୍ଷରୁ ଦଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ଯେତେସବୁ ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ ୯୦ ଭାଗ ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନିର୍ବାଚନ ଆଚରଣବିଧି ଲାଗୁ ହେବାର ଦୁଇ ମାସ ମଧ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ସଂପନ୍ନ ହୋଇଛି। କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। କେଉଁଠି ବଡ଼ ଧରଣର ହିଂସାକାଣ୍ଡ ଘଟିନାହିଁ ବୋଲି କମିସନ କହିଛନ୍ତି।

ସୂଚନାଯୋଗ୍ୟ ଯେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଚରଣ ବିଧିର ଉଲ୍ଳଂଘନ କରିଥିଲେ ବୋଲି ଅଭି‌ଯୋଗ ହୋଇଥିଲା। ଏହାଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବି‌ରୋଧୀ ଦଳ ନିର୍ବାଚନ କମିସନଙ୍କୁ ସମାଲୋଚନା କରିଥିଲେ। ମମତା ବାନାର୍ଜୀଙ୍କ ଟିଏମ୍‌ସି କହିଥିଲା ଯେ ନିର୍ବାଚନ ଆଚରଣବିଧି ଏବେ ‘ମୋଦୀ କୋଡ୍‌ ଅଫ୍‌ କଣ୍ଡକ୍ଟ’ରେ ପରିଣତ ହୋଇଛି। କମିସନ ବିଜେପିକୁ ସମର୍ଥନ କରୁଛି ବୋଲି ମଧ୍ୟ ଟିଏମ୍‌ସି ଅଭିଯୋଗ କରିବାକୁ ପଛାଇନଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଚରବିଧି ଉଲ୍ଲଂଘନ ପାଇଁ ବ୍ୟକ୍ତିଗତ ଭାବେ ନୋଟିସ୍‌ ପଠାନଯାଇ ସେମାନଙ୍କ ଦଳର ସଭାପତିଙ୍କୁ ନୋଟିସ ପଠାଯାଉଥିବାରୁ ଏନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button