‘ନବୀନ ସରକାର’ ସର୍ବାଙ୍ଗୀନ ବିକାଶର ସରକାର: ଏନ୍ ଭାସ୍କର ରାଓ – Kalinga News

[ad_1]
ସାଧାରଣ ନିର୍ବାଚନ ପୂର୍ବରୁ ରାୟଗଡ଼ାରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ
ରାୟଗଡା: ସାଧାରଣ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନ ହାତ ମୁଠାରୁ ଖସି ଯାଇଥିଲା। କିନ୍ତୁ ଏବେ ଆଉ ସେଭଳି ଫଳାଫଳ ନ କରିବା ତଥା ସମସ୍ତେ ଏକଜୁଟ ହୋଇ ପୁଣିଥରେ ରାୟଗଡା ବିଧାୟକ ଆସନକୁ ବିଜେଡ଼ି ଖାତାରେ ଯିବା ପାଇଁ ସଂକଳ୍ପ ନେବା ଏବଂ ଆସନ୍ତା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ତାଙ୍କ ନେତୃତ୍ୱରେ ଏକ ବିକଶିତ ଓଡିଶା ଓ ରାୟଗଡା ଜିଲ୍ଳାର ସର୍ବାଙ୍ଗିନ ଉନ୍ନତିକୁ ଜାରି ରଖିବା ବୋଲି ରାଜ୍ୟ ବିଜେଡି ଉପସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ରବିବାର କେରଡା ଠାରେ ଅନୁଷ୍ଠିତ ରାୟଗଡା ନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳର ବିଶାଳ କର୍ମୀ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ ବିଜେପି ଓ କଂଗ୍ରେସ ଦଳର ରାଜ୍ୟରେ କୌଣସି ଆସ୍ଥା ନ ଥିବା ବେଳେ ତାଙ୍କର ନେତାମାନେ ଶାସକ ଦଳର ବିକାଶର ଧାରାକୁ ସହ୍ୟ ନ କରି ପାରି ବିଜେଡି ଦଳ ବିରୋଧରେ ମିଥ୍ୟା ପ୍ରଚାର କରିବାରେ ପଛାଉ ନାହାନ୍ତି। ରାଜ୍ୟବାସୀ ଜାଣିଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟର ସର୍ବାଙ୍ଗୀନ ବିକାଶର ସରକାର ବୋଲି କହି ବିରୋଧି ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଶ୍ରୀ ରାଓ।
ରାୟଗଡା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସଦର ବ୍ଳକର ସୀମାନ୍ତ କେରଡା ଗ୍ରାମଠାରେ ବିଜେଡିର ବରିଷ୍ଠ ନେତା ବି.ରଘୁରାମଙ୍କ ତତ୍ୱାବଧାନରେ ସ୍ଥାନୀୟ ଅଂଚଳ ତଥା ପଂଚାୟତଗୁଡିକର ୫ହଜାରରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଓ ସମର୍ଥିତ ଲୋକଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ଲାଲାବିହାରୀ ହିମିରିକା, ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକାଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଂଚାସୀନ ହୋଇ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଳାର ସମସ୍ତ ବିଧାୟକ ଆସନ ଏବଂ ଲୋକସଭା ଆସନରେ ବିଜେଡିର ବାଜିମାତ୍ ପାଇଁ କର୍ମୀମାନେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ।
ରାୟଗଡା ଜିଲ୍ଳାର ୩ଟି ବିଧାୟକ ଏବଂ କୋରାପୁଟ ଲୋକସଭା ସାଂସଦ ଆସନରେ ଲଢିବାକୁ ଥିବା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜୟଯୁକ୍ତ କରିବା ପାଇଁ ସମସ୍ତେ ତୃଣମୂଳସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ତଥା ଲୋକାଭିମୁଖୀ ଯୋଜନାଗୁଡିକରେ କିଭଳି ରାଜ୍ୟବାସୀ ଉପକୃତ ହୋଇଛନ୍ତି ତାହା ଜଣାଇବା ସହ ଘରେ ଘରେ ଶଙ୍ଖ ସଂକଳ୍ପକୁ ପୂରଣ କରିବା ପାଇଁ ଏକଜୁଟ ହେବା ପାଇଁ ଭାସ୍କର ରାଓ ଆହ୍ୱାନ କରିଥିଲେ।ଏହି ଅବସରରେ ଜେମାଦେଈପେଣ୍ଠ ଗ୍ରାମ ଠାରୁ କେରଡା ପର୍ଯ୍ୟନ୍ତ ବିଜେଡି କର୍ମୀମାନେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ବିଜେଡି ଜିନ୍ଦାବାଦ,ବିଜୁ ପଟ୍ଟନାୟକ ଜିନ୍ଦାବାଦ୍,ନବୀନ ପଟ୍ଟନାୟକ ଜିନ୍ଦାବାଦ,ଏନ.ଭାସ୍କର ରାଓ ଜିନ୍ଦାବାଦ ସ୍ଳୋଗାନ ଦେଇ ଯାଉଥିବା ବେଳେ ବିଜେଡି ଗୀତରେ ପ୍ରକମ୍ପିତ ହୋଇ ଉଠୁଥିଲା ସ୍ଥାନୀୟ ଅଂଚଳ ।
[ad_2]